କନ୍ଧମାଳ ଜିଲ୍ଲା ସ୍ତରୀୟ ପ୍ରଥମ ସଙ୍କୁଳ ଯୁବ ରେଡକ୍ରସ୍ ଶିବିର ଆୟୋଜିତ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ସ୍ତରୀୟ ପ୍ରଥମ ସଙ୍କୁଳ ଯୁବ ରେଡକ୍ରସ୍ ଶିବିର ଫିରିଙ୍ଗିଆ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଫିରିଙ୍ଗିଆ ବ୍ଲକ୍ ଅଧ୍ୟକ୍ଷ ଲାଲନନ୍ଦ ପ୍ରଧାନ, ଅନ୍ୟତମ ଅତିଥି ଭାବେ ଜିଲ୍ଲା ସଂଯୋଜକ ଡ.ବିଭୂତିଭୂଷଣ ଆଚାର୍ଯ୍ୟ, ଅଧ୍ୟକ୍ଷ ନବଘନ ସାହୁ ପ୍ରାଥମିକ ଚିକିତ୍ସା ଉପଚାର ବିଶାରଦ ପ୍ରସନ୍ନ ପଟ୍ଟନାୟକ କାଉନସିଲର ସୁଦାମ ବେହେରା, ବିରଞ୍ଚି ନାରାୟଣ ସାହୁ ପଦ୍ମନାଭ ଆଚାର୍ଯ୍ୟ, ସନ୍ତୋଷ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ନିନ ନିଜର ଅନୁଭୂତି ବଖାଣି ଥିଲେ।ଏଥିରେ ଜିଲ୍ଲାର ୫ଟି ମହାବିଦ୍ୟାଳୟ ର ୨୨ଜଣ ସ୍ଵୋଛାସେବୀ ଅଂଶ ଗ୍ରହଣ କରିଥିଲେ ।


