ବିଜେଡ଼ି ର କର୍ମୀସମ୍ମିଳନୀ ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ କାକଟପୁର ବ୍ଳକ ର କଣ୍ଟାପଡ଼ା ଗ୍ରାମ ପଞ୍ଚାୟତ ରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ମାଧବାନନ୍ଦ ମନ୍ଦିର ପ୍ରାଙ୍ଗଣରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦୁର୍ଯ୍ୟୋଧନ ଖୁଣ୍ଟିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କାକଟପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ରୀଡା, ଯୁବ ବ୍ୟାପାର ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା , ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ରାଜ୍ୟ ବିଜୁଜନତା ଦଳର ସମ୍ପାଦକ ସ୍ବାଧିନ କୁମାର ନାୟକ ଯୋଗଦେଇ ଆଗାମୀ ଦିନରେ ସରକାର ଙ୍କ ପ୍ରତ୍ୟେକ ଜନହିତକର ଯୋଜନା କିପରି ସବୁ ଲୋକ ଙ୍କ ପାଖରେ ପହଞ୍ଚିପାରିବ ଏବଂ ସବୁସମୟରେ ସାଧାରଣ ଲୋକମାନଙ୍କ ସହ ରହି କାମ କରିବାକୁ ଉପସ୍ଥିତ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ଦଳାଇ, କାକଟପୁର ବ୍ଳକ ବିଜୁ ଜନତା ଦଳର ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ପୁରୀ ଜିଲ୍ଲା ବିଜୁଯୁବଜନତା ଦଳର ଉପସଭାପତି ବିଶ୍ଵଜିତ ଦାସ, ଗମ୍ଭୀରିପଦା ସମବାୟ ବ୍ୟାଙ୍କ ସଭାପତି ଅମିତ ବିକ୍ରମ ଖୁଣ୍ଟିଆ, ମନ୍ତ୍ରୀଙ୍କ ପ୍ରତିନିଧି କବିରାଜ ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ।ପରିଶେଷରେ ପୂର୍ବତନ ସରପଂଚ ଗଗନ ବିହାରୀ ଦାସ ଙ୍କୁ କଣ୍ଟାପଡ଼ା ପଞ୍ଚାୟତ ର ନୂତନ ବିଜେଡ଼ି ସଭାପତି ଭାବେ ଘୋଷଣା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ