ବିଜେଡ଼ି ର ଗୋଷ୍ଠୀକନ୍ଦଳ ତେଜିଲା
ନିମାପଡା, (ସନ୍ତୋଷ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ପୁରୀ ଜିଲ୍ଲା ର କାକଟପୁର ନିର୍ବାଚନ ମଣ୍ଡଳୀ ରେ ରାଜନୈତିକ ବାତାବରଣ ସେତିକି ଉଷ୍ମ ହୋଇ ଉଠୁଛି। ଆଜି କାକଟପୁର ବ୍ଲକ ପରିସର ରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ମିଶନ ଶକ୍ତି କାଫେ ଓ ୩୫ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ମିଶନ ଶକ୍ତି ଭବନ ର ଉଦଘାଟନ କାର୍ଯ୍ୟକ୍ରମ ରହିଥିଲା। ତେବେ ଗତ କାଲି ରାତି ରେ କଣ୍ଟାପଡ଼ା ପଞ୍ଚାୟତ ର ସରପଞ୍ଚ ଓ ବ୍ଲକ ଅଧକ୍ଷଙ୍କ ସମର୍ଥକ ମାନେ ଉଦଘାଟନ ଫଳକ କୁ ତାଡ଼ି ଦେଇଥିବା କାକଟପୁର ଥାନା ରେ ଅଭିଯୋଗ ହୋଇଛି। ଉଭୟ ଫଳକରେ ଉଦେଶ୍ୟମୂଳକ ଭାବେ ସରପଞ୍ଚଙ୍କ ନାମ ରଖା ଯାଇନଥିବା ଯୋଗୁଁ ତାଙ୍କ ସମର୍ଥକ ଫଳକ ତାଡି ଦେଇଥିବା ସରପଞ୍ଚ କହିଛନ୍ତି । ଏହି ଘଟଣାରେ ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ବିରୁଦ୍ଧରେ ବିଷୋଦଗାର କରିଥିବା ବେଳେ ମନ୍ତ୍ରୀଙ୍କ ସମର୍ଥକ ବ୍ଲକ ଅଧକ୍ଷ ଓ ତାଙ୍କ ପତ୍ନୀ ତଥା ସ୍ଥାନୀୟ ସରପଞ୍ଚଙ୍କ ବିରୁଦ୍ଧରେ ଏତେଲା ଦେଇଥିବାବେଳେ ମନ୍ତ୍ରୀଙ୍କ ସମର୍ଥକ ମାନେ ସରପଞ୍ଚଙ୍କୁ ଦୁର୍ବ୍ୟବହାର କରିଥିବାର ସେ ଏକ ପାଲଟା ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କରେ ପୁଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି । ମିଶନ ଶକ୍ତି ଗୃହ ଓ କାଫେ ଉଦଘାଟନ କୁ ନେଇ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଙ୍କ ସମର୍ଥକ ମାନେ ମୁହାଁମୁହିଁ ହେବା ଘଟଣା ସ୍ଥାନୀୟ ବିଜେଡ଼ି ଦଳ ରେ ଥିବା ଗୋଷ୍ଠୀ କନ୍ଦଳ କୁ ପଦାରେ ପକାଇ ଦେଇଛି। ଏହି ଘଟଣା ସମଗ୍ର ନିର୍ବାଚନମଣ୍ଡଳୀ ର ରାଜନୈତିକ ବାତାବରଣ କୁ ଉଷ୍ମ କରିଦେଇଛି।