ବିଜେଡ଼ି ର ସାମାଜିକ ଗଣମାଧ୍ୟମ ସମ୍ପାଦକ ନିଯୁକ୍ତ

ନିମାପଡା, (ସନ୍ତୋଷ ଦାଶ):ବିଜୁ ଛାତ୍ର ଜନତା ପକ୍ଷରୁ ନିମାପଡା ନିର୍ବାଚନ ମଣ୍ଡଳୀର ତିନି ଜଣ ଯୁବ ନେତୃତ୍ବ ଙ୍କୁ ସାମାଜିକ ଗଣମାଧ୍ୟମ ସମ୍ପାଦକ ଭାବେ ଦଳ ପକ୍ଷରୁ ନିଯୁକ୍ତି ଦିଆଯାଇଛି।ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକ ପାଇଁ ଚନ୍ଦନ କୁମାର ପ୍ରଧାନ,ନିମାପଡା ବ୍ଲକ ନିମନ୍ତେ ନିରଞ୍ଜନ ସାହୁ ଓ ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସାଇ ପ୍ରୀତମ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି।ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଏହି ତିନିଜଣଙ୍କ ଭୂମିକା ସାମାଜିକ ଗଣମାଧ୍ୟମକୁ ଆହୁରି କ୍ରିୟାଶୀଳ କରିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି। ନବ ନିଯୁକ୍ତ ସମ୍ପାଦକ ମାନେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଙ୍କୁ ସାକ୍ଷାତ କରି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ