ବିଜେଡିରେ ଯୋଗଦେଲେ ଶତାଧିକ କଂଗ୍ରେସ କର୍ମୀ

ନୟାହାଟ (ଯୁଗାବ୍ଦ ନ୍ୟୁଜ୍‍): ନୟାହାଟ ଜଙ୍ଗଲବୋରୀ ପଞ୍ଚାୟତର ୩ ନଂ ୱାର୍ଡର ବିଶୁଳିପଡ଼ା ମୁସଲମାନ ବସ୍ତିର ଶତାଧିକ କଂଗ୍ରେସ କର୍ମୀ ଶନିବାର ସଂଧ୍ୟାରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଜଙ୍ଗଲବୋରୀ ପଞ୍ଚାୟତ ବିଜେଡି ସଭାପତି କାହ୍ନୁଚରଣ ସାହୁ, ବିକ୍ରେଣ ମହାନ୍ତି, ରିଷି ପ୍ରସାଦ ମିଶ୍ର ଓ ସ୍ୱାଧୀନ ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଶେଖ୍ ଫକିରୀ, ହାରିସ୍ ବେଗ୍, ମାଙ୍ଗା, ନିରୁଲୁ ତାରିକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ବିଜେଡିରେ ଯୋଗଦେବା ପରେ ସେମାନେ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନତିମୂଳକ ଯୋଜନା ଓ କାଳିଆ ଯୋଜନାର ସଫଳତାକୁ ଆଧାର କରି ଆମେ ବିଜେଡିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରି ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ବିଜେଡିକୁ ଜିତାଇବୁ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ