ବିଜେଡିର ପରିବର୍ଦ୍ଧିତ କାର୍ୟ୍ୟକାରିଣୀ , ସଭ୍ୟ ସଂଗ୍ରହ ଅଭିଯାନ ବୈଠକ
ଗଂଜାମ (ଯୁଗାବ୍ଦ ନ୍ୟୁଜ୍): ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସ୍ଥିତ କପିଳେଶ୍ୱର ମନ୍ଦିର ପରିସରରେ ବିଜେଡିର ୧୪ଓ ୧୫ ନମ୍ବର ଜୋନସ୍ତରୀୟ ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ଓ ସଭ୍ୟ ସଂଗ୍ରହ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ସଭାପତି ଇନ୍ଦ୍ରମଣି ଦଳେଇ ଙ୍କ ସଭାପତିତ୍ୱ ରେ ଏହି ବୈଠକରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ପୂର୍ବତନଉପବାଚସ୍ପତି ତଥା ରାଜ୍ୟ କୃଷି ବିପିଣନ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ଅତିଥି ରୂପେଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ୟ୍ୟ, ବିଶେଷ କରି ୫-ଟିର କାର୍ୟ୍ୟସୂଚ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆଗାମୀ ଦିନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଉନ୍ନୟନ କାର୍ୟ୍ୟ କୁଆଗେଇବା ପାଇଁ ସହଯୋଗ କାମନା କରିଥିଲେ । ଏହିଅବସରରେ ନିର୍ବାଚନ ମଣ୍ଡଳୀ ରେ ସଭ୍ୟ ସଂଗ୍ରହ ଅଭିଯାନ କିପରି ଅଧିକରୁ ଅଧିକ ହେବ ସେନେଇ ଗୁରୁତ୍ୱ ଆରୋପ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଆଦି ଆଦି ଯୋଗ ଦେଇଥିଲେ ।