ବିଜେଡିର ବନ୍ଧୁ ମିଳନ

ଚିକିଟି,(କୁରେଶୁ ସାହୁ): ଚିକିଟି ବ୍ଲକ ଅନ୍ତର୍ଗତ କଳବାଡ଼ ପଞ୍ଚାୟତ ଠାରେ ବିଜେଡିର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଟିତ ହୋଇଥିଲା ।ଏଠାରେ ଅଞ୍ଚଳର ଯୁବ  ବିଜେଡି ସଭାପତି ସଚିଦା ନନ୍ଦ ପଣ୍ଡା ଅଧ୍ୟକ୍ଷତା କରିଥିଲେ । କରନା ସଂକ୍ରମଣ ଭୟରେ ଦିର୍ଘ ମାସ ହେଲା ଅଂଚଳର ଯୁବ ଭାଇ ମାନଙ୍କ ସହ କୋୖଣସି ମିଳନ ଓ ବାର୍ତାଲାପ ନ ହୋଇ ଥିବାରୁ ଅଂଚଳର ବିକାଶ ଓ ଲୋକଙ୍କ ସମସ୍ୟା କୁ ବୁଝି ବିଚାରି ତାକୁ ଦୂର କରିବା ପାଇଁ ଆଜି ପୂର୍ବାହ୍ନରେ ଏକ ସଭା ଆୟୋଜନ ହୋଇ ଥିଲା । ଏଠାରେ ଚିକୁ ସାହୁ,କୁରେସୁ କନ୍ୟାରି ପ୍ରମୁଖ ନେତୃତ୍ୱ ନେଇ ଥିବା ବେଳେ ଯୁବ ବିଜେଡି ସଭାପତି ସଚ୍ଚିଦାନନ୍ଦ ପଣ୍ଡା ସଭାପତିତ୍ୱ କରିଥିଲେ l ଅଂଚଳର ବିକାଶରେ ଯୁବ ନେତୃତ୍ୱ ଏକାନ୍ତ କାମ୍ୟ ଓ ଦୁର୍ନୀତି ର ମୂଳକୁ ଉପାଡିବାରେ ଯୁବ ନେତୃତ୍ୱ ଏକାନ୍ତ ଜରୁରୀ ଅଟେ l ଏସବୁକୁ ଆଖି ଆଗରେ ରଖି ସମସ୍ତ ଚିକିଟି ବାସୀ ଙ୍କ ସମାସ୍ୟlକୁ ଦୁରାଇବାରେ ଆମେ ପ୍ରତିଶୃତି ପରାୟଣ ବୋଲି ଯୁବ ସଭାପତି ଶ୍ରୀଯୁକ୍ତ ପଣ୍ଡା ପ୍ରକାଶ କରିବା ସହ ଆଗାମୀ ଦିନ ମାନଙ୍କରେ ଆମେ କିପରି ଲୋକଙ୍କ ଆହୁରି ନିକଟତର ହୋଇ ଲୋକଙ୍କ ସେବା କରିବା ସେ ନେଇ ଯୁବ ବନ୍ଧୁ ମାନକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ