ବିଜେଡିର ମିଶ୍ରଣ ପର୍ବ

ଚାରିଛକ (ଯୁଗାଦ୍ଧ ନ୍ୟୁଜ): ନିମାପଡା ନିର୍ବାଚନ ମଣ୍ଡଳୀର ୨୧ନଂ ଜିଲ୍ଲା ପରିଷଦ ଜୋନ୍ କଳାପାଞ୍ଚଣ ପଞ୍ଚାୟତର ୫୦ରୁ ଉଦ୍ଧ୍ୱର୍ କର୍ମୀ ଆଜି ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି । ଖବରରୁ ଜଣାଯାଇଛି ଯେ କଳାପାଞ୍ଚଣ ପଞ୍ଚାୟତର ସରପଞ୍ଚ ଅଭିମନ୍ୟୁ ପଣ୍ଡା ଏବଂ ଅମନ୍ ଖାଁଙ୍କ ନେତୃତ୍ୱରେ ୫୦ରୁ ଉଦ୍ଧ୍ୱର୍ କଂଗ୍ରେସ କର୍ମୀ ଦଳ ତ୍ୟାଗକରି ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ଡେଣୁଅ ପଞ୍ଚାୟତର ନାକଡିହ ଗ୍ରାମର ନିରଞ୍ଜନ ପରିଡାଙ୍କ ନେତୃତ୍ୱରେ ୫୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ସାମିଲ ହୋଇଥିବା କର୍ମୀଙ୍କୁ ଫୁଲତୋଡା ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ