ବିଜେଡିର ସାମାଜିକ ସେବା ମାସ ଆଜି ଠାରୁ ଆରମ୍ଭ

ନିମାପଡ଼ା, (ସନ୍ତୋଷଦାଶ): ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ନିମାପଡ଼ା ବ୍ଲକ ବିଜେଡି ସଭାପତି ଅଶୋକ ସାହୁ ଓ ଏନଏସି ସଭାପତି ଜୀବନାନନ୍ଦ ମହାପାତ୍ରଙ୍କ ଆହ୍ୱାନ କ୍ରମେ ୩୨ଟି ଗ୍ରାମପଞ୍ଚାୟତର ସଭାପତି,ଏନ ଏସି ୧୧ଟି ୱ।ଡର ସଭାପତି ଓ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅତିଥିଭାବେ ଯୋଗ ଦେଇଥିଲେ। ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ପରେ ବିଜୁପଟ୍ଟନାୟକ ପାର୍କକୁ ସଫାସୁତୁରା କରାଯାଇଥିଲା। ଜୀବନାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ଠାରୁ ବ୍ଲକ ଓ ଏନଏସିରେ ୧ମାସ ପର୍ଯ୍ୟନ୍ତ ସେବା ମାସ ଭାବେ ପାଳନ କରିବାକୁ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଥିଲେ।ଦଳିୟ ସଙ୍ଗଠନକୁ ମଜଭୁତ କରିବା ସହିତ ଆସନ୍ତା ନଭେମ୍ବର ୧୮ ତାରିଖ ରେ ରତ୍ନାକର ଦାଶ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଜିବନବିନ୍ଦୁ ରକ୍ତଦାନ ଶିବିର କୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ