ବିଜେଡିର ୧୬ନଂ.ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ମୁନି ମୁଣ୍ଡାଙ୍କ ପ୍ରଚାର ଆରମ୍ଭ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଏବେ ବିଭିନ୍ନ ଦଳ ଓ ଦଳୀୟ ସମର୍ଥୀତ ପ୍ରାର୍ଥୀ ମାନେ ନିଜର ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଜେଡି ପକ୍ଷରୁ ରାଜ୍ୟ ବିଜେଡି ସଂପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ ପ୍ରତ୍ୟେକ୍ଷ ଭାବେ ବନ୍ତ ଓ ଭଣ୍ଡାରିପୋଖରୀ ଦୁଇ ବ୍ଲକର ନିର୍ବାଚନୀ କାର୍ଯ୍ୟ ପରିଚାଳନା କରୁଛନ୍ତି । ଏହି ଦୁଇ ବ୍ଲକରେ ବିଜେଡିର ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମେତ ବିଜେଡି ସମର୍ଥୀତ ସମସ୍ତ ପ୍ରାର୍ଥୀ ମାନେ କିପରି ବିଜୟଲାଭ କରିବେ ସେ ନେଇ ସମସ୍ତ ରଣନୀତି କରାଯିବା ସହ ପ୍ରଚାର କାର୍ଯ୍ୟକୁ ତ୍ୱାରାନ୍ୱିତ କରାଯାଉଥିବା ଜଣାଯାଇଛି । ଏପରିପେକ୍ଷୀରେ ବନ୍ତ ବ୍ଲକର ୧୬ନଂ.ଜୋନ୍ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ମୁନି ମୁଣ୍ଡା କର୍ମୀ ସମ୍ମିଳନୀ କରିବା ପରେ ବିଭିନ୍ନ ପଞ୍ଚାୟତର ନେତୃତ୍ୱ ମାନଙ୍କୁ ଭେଟି ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବୁଧବାର ରାମକୃଷ୍ଣପୁର ଠାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଯୁବବିଜେଡି ସଭାପତି ସତ୍ୟସାଧନ ବେଜ, ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ଜେନା, ପୂର୍ବତନ ବ୍ଲକ ଯୁବବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ହରେନ୍ଦ୍ର ଖିଲାର, ରମାକାନ୍ତ ଜେନା, ଗୋକୁଳି ଖିଲାର, ଅଶୋକ ସାହୁ ଏବଂ ରାମପୁର ଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଗିରିଧାରୀ ସାହୁ, କୁନି ମୁଣ୍ଡାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ଗୁରବାର ଜିଲ୍ଲା ପରିଷଦ ପ୍ରାର୍ଥିନୀ ମୁନି ମୁଣ୍ଡା ପଧାନପଡା ପଞ୍ଚାୟତର ସମୀମ ନୱାଜ୍, ଅଜୟ ବେହେରା, ନିଳୋକ ପଞ୍ଚାୟତର ସରପଞ୍ଚ ଅଶୋକ ମହାନ୍ତି, ପଦ୍ମନାଭ ନାୟକ, ବଟକୃଷ୍ଣ ମହାନ୍ତି, ସେଣ୍ଢତୀରା ପଞ୍ଚାୟତର ହୃଷିକେଶ ପାତ୍ର, ପ୍ରଶାନ୍ତ ଦାସ, ପ୍ରଶାନ୍ତ ସାମଲ, ଗୋବିନ୍ଦପୁରର ସନ୍ତୋଷ ବାରିକ, କେନ୍ଦୁଆପଦା ପଞ୍ଚାୟତର ରବିନ୍ଦ୍ର ଦାସ, ବିଜୟ ଖଟୁଆ, ତୋଡଗାଁର ଅଞ୍ଜନ ମହାନ୍ତି, ପ୍ରଦୀପ ସାମଲ, ଚିତ୍ତ ରଞ୍ଜନ ଦାସଙ୍କ ସମେତ ବହୁ ବରିଷ୍ଠ ନେତୃତ୍ୱ ମାନଙ୍କୁ ଭେଟି ନିର୍ବାଚନ ପ୍ରଚାର କରିଥିଲେ । ତାଙ୍କ ସହିତ ପ୍ରାକ୍ତନ ବ୍ଲକ ଯୁବବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି ଉପସ୍ଥିତ ଥିଲେ ।