ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ନାଉଗାଁ ବ୍ଳକ ଅନ୍ତର୍ଗତ କାଦମ୍ବିନୀ ମଣ୍ଡପ ପରିସରରେ ରବିବାର ପାଳିତ ହୋଇଯାଇଛି । ବ୍ଳକ ବିଜେଡି ସଭାପତି ସୁଜିତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ସାଂସଦ ଡା.ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ଓଡିଶାର ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ଆବଶ୍ୟକତାକୁ ଉପଲବ୍ଧି କରି ଆମ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଜନମଙ୍ଗଳକାରୀ ଯୋଜନା ପ୍ରଣୟନ କରି ଭାରତବର୍ଷରେ ଉଚ୍ଚ ପ୍ରସଂଶିତ ଓ ଅନୁକରଣୀୟ ହୋଇପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କ ସହିତ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା,ଜିଲ୍ଲା ବିଜେଡି ଉପସଭାପତି ପ୍ରଦିପ୍ତ କୁମାର ସ୍ୱାଇଁ, ବ୍ଳକ ଯୁବ ସଭାପତି ପ୍ରତ୍ୟୁଷ ପରିଡା, ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢୀ, ସାଂସଦ ପ୍ରତିନିଧି ଅଜୟ ମହାନ୍ତି ପ୍ରମୁଖ ଯୋଗ ଦେଇ ଏହି ଦଳ ନେତାଙ୍କ ଦଳ ନୁହେଁ କର୍ମୀଙ୍କ ଦଳ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋରୁଅ ସରପଂଚ ଅରଣ୍ୟ ନାୟକ, ଅଲଣା ସମିତି ସଭ୍ୟ ମନ୍ମଥ ଓଝା, ଯୁବନେତା ତରୁଣକାନ୍ତ ବାରିକଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।


