ବିଜେଡି କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେଲେ ପର୍ଯ୍ୟବେକ୍ଷକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କଲ୍ୟାଣ ମଣ୍ଡପ ଠାରେ ବିଜେଡ଼ି କର୍ମକର୍ତ୍ତାଙ୍କୁ ଦଳୀୟ ମନ୍ତ୍ର ଦେଇଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା। ପର୍ଯ୍ୟବେକ୍ଷକ ପ୍ରଥମ ଥର ପାଇଁ ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଛତାଵର ଟୋଲଗେଟ ଠାରେ ରାଜ୍ୟ ବିଜେଡି ସମ୍ପାଦକ ଇଂ ପ୍ରୟାସ କାନ୍ତି ସାମଲଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ତାଙ୍କୁ ଭଵ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ଵାଇକ ରାଲିରେ ଶ୍ରୀ ଵର୍ମା ଆସି ଵ୍ଲକ ଛକ ଠାରେ ପହଞ୍ଚି ପ୍ରଵାଦ ପୁରୁଷ ଵିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ସହିତ କଲ୍ୟାଣ ମଣ୍ଡପ ଠାରେ ଉପସ୍ଥିତ ରହି ଦଳୀୟ ସଙ୍ଗଠନ ସମ୍ପର୍କରେ ଉପସ୍ଥିତ କର୍ମୀ ମାନଙ୍କ ସହିତ ଭାବ ବିନିମୟ କରିଥିଲେ। ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ସମେତ ସାଂସଦ ମଞ୍ଜୁଲତା ମଣ୍ଡଳ,ଵିଧାୟକ ପ୍ରଫୁଲ୍ଲ ସାମଲ,ସଂଜୀଵ ମଲ୍ଲିକ, ଜିଲ୍ଲା ଵିଜେଡି ସଭାପତି ଜଗନ୍ନାଥ ସ୍ବାଇଁ,ପ୍ରାକ୍ତନ ଵିଧାୟକ ମୁକ୍ତିକାନ୍ତ ମଣ୍ଡଳ,ଵ୍ଲକ ଅଧକ୍ଷା ସୁମତି ସେଠୀ,ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ ପ୍ରମୁଖ ଯୋଗଦେଇ ସଂଗଠନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ବଦ୍ରିନାରାୟଣ ରାଉତ,ଉତ୍କଳ କେଶରୀ ମହାନ୍ତି,ଯୁଵ ନେତା ଲଳିତ ରାଉତ,ବରିଷ୍ଠ ଵିଜେଡି ନେତା ଶରତ ଚନ୍ଦ୍ର ଜେନା ପ୍ରମୁଖ ସଂଗଠନ ସମ୍ପର୍କରେ ସୁଚିନ୍ତିତ ମତାମତ ଦେଇଥିଲେ।ମୋଟା ମୋଟି ଭାବେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଶ୍ରୀ ଵର୍ମା ଉପସ୍ଥିତ ଥିବା ଛାତ୍ର,ମହିଳା,ଯୁଵ ଓ ବରିଷ୍ଠ ଵିଜେଡି କର୍ମକର୍ତ୍ତା ଙ୍କୁ ଵିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେବା ସହିତ ନିର୍ବାଚନ ଵୈତରଣୀ ପାର ହେବା ପାଇଁ ଦଳୀୟ ମନ୍ତ୍ର ଦେଇଥିଲେ।


