ବିଜେଡି ଛାତ୍ର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗୋଷାଣୀ ବ୍ସକ ବିଜୁ ଯୁବ ଛାତ୍ର ଜନତାଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଗଜପତି ଜିଲ୍ଲା ବିଜୁ ଜନତା ଦଳର ଯୁବ ସଭାପତି ଏସ୍.ଲିଙ୍ଗରାଜୁ ଯୋଗଦେଇଥିବା ବେଳେ ଗାରବନ୍ଧ ସରପଞ୍ଚ ପି.ଅଶୋକ କୁମାର, ଗୋଷାଣୀ ବ୍ଲକ ବିଜେଡି ଯୁବ ସଭାପତି ପାଇଲା ନାଗେଶ୍ୱର ରାଓ, ଗାରବନ୍ଧ ସମିତି ସଭ୍ୟ କେ.ଭେଙ୍ଗେଟ ରାବଣା, ରମ୍ପା ସମିତି ସଭ୍ୟ ନିର ଭୂୟାଁ, ବରିଷ୍ଠ ଅବସର ପ୍ର।।ପ୍ତ ଶିକ୍ଷକ ଗୋପିନାଥ ଦାସ, ବରିଷ୍ଠ ବିଜେଡି କର୍ମୀ କେ.ଉମାପତି, ୟୁ.ରମେଶ, ପାସୁବୁରେଡ୍ଡି, ଟି.ପ୍ରଦୀପ, ଏସ୍.ରବି ଅନିରିଧପାଳ, ପ୍ରସାଦ ନାୟକ, ଜିଲ୍ଲା ଆଇଟି ସଂଯୋଜକ ସୁଜିତ କୁମାର ଦାସ, ଛାତ୍ର ବ୍ଲକ ସଭାପତି ଜି.କୁମାକୁଲୁ ପ୍ରମୁଖ ଉପସ୍ଥିତଥିଲେ । ଜିଲ୍ଲାଯୁବ ସଭାପତି ଏସ୍.ଲିଙ୍ଗରାଜ ଏହି ଅବସରରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ଠାରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରୀ ସମସ୍ତ ପଞ୍ଚାୟତସ୍ତରେ ମଧ୍ୟ ଚାଲୁ ରହିବ ବୋଲି ବକ୍ତବ୍ୟ ରଖିତିଲେ । ସେହିପରି ଗୋଷାଣୀ ବ୍ଲକ ଯୁବ ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏପରି ପରିକଳ୍ପନାକୁ ସାକାର କରିବା ପାଇଁ ବ୍ଲକର ସମସ୍ତ ପଞ୍ଚାୟତରେ ବୃକ୍ଷ ରୋପଣ କରି ଗୋଷାଣୀ ବ୍ଲକୁ ସବୁଜ ବ୍ଲକ ଭାବେ ଗଢିବାପାଇଁ ଶପଥ ନେଇଛୁ ବୋଲି କହିଥିଲେ । ଶେଷରେ ବ୍ଲକ ସଭାପତି ସମସ୍ତ ଅତିଥି ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


