ବିଜେଡି ନଗରପାଳ ପ୍ରାର୍ଥୀଙ୍କ ୨୧ ନମ୍ବର ୱାର୍ଡରେ ରୋଡଶୋ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରପରିଷଦର ବିଜେଡି ନଗରପାଳ ପ୍ରାର୍ଥୀ ସରିତା ସାହୁ ୨୧ନମ୍ବର ୱାର୍ଡରେ ନିଜ ସମର୍ଥକମାନଙ୍କ ସହିତ ରୋଡଶୋ କରିବା ସହ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଛନ୍ତି । ସେହି ୱାର୍ଡର ବିଜେଡି କାଉନସିଲର ପ୍ରାର୍ଥୀ ପ୍ରଭାଶିଷ ପଣ୍ଡା ମଧ୍ୟ ନଗରପାଳ ପ୍ରାର୍ଥୀଙ୍କ ସହିତ ଏହି ରୋଡଶୋ ଏବଂ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟରେ ସାମିଲ ହୋଇ ଭୋଟଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁମୁଖୀ ଜନକଲ୍ୟାଣକାରୀ ଯୋଜନା ଓ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ବିକାଶ ଧାରାରେ ନିଜକୁ ସାମିଲ କରି ଉଭୟ ପ୍ରାର୍ଥୀ ଆଗାମୀ ଦିନରେ ଜନତାଙ୍କ ସେବା ଓ ବିକାଶକୁ ପ୍ରାଥମିକତା ଦେବେ ବୋଲି ଭୋଟରଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହି ୱାର୍ଡରେ ଥିବା ବିଭିନ୍ନ ମୈାଳିକ ସମସ୍ୟା ଗୁଡିକର ସମାଧାନ ପାଇଁ ମଧ୍ୟ ଉଭୟ ନଗରପାଳ ପ୍ରାର୍ଥୀ ଲୋକମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ଏହି ପ୍ରଚାର କାର୍ଯ୍ୟରେ ଜିଲ୍ଲା ମହିଳା ବିଜେଡି ସଭାପତି ରୋସ୍ନା ସାହୁ, ନଗର ମହିଳା ବିଜେଡି ସଭାପତି ସ୍ୱୟଂପ୍ରଭା କରଙ୍କ ସମେତ ଶତାଧିକ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ । ସେହିପରି ନଗରପାଳ ପ୍ରାର୍ଥୀ ଶ୍ରୀମତୀ ସାହୁ ପୈାରାଞ୍ଚଳର ୭ନମ୍ବର ୱାର୍ଡରେ ଦଳୀୟ କାଉନସିଲର ପ୍ରାର୍ଥୀ ସୁନିତା ସାହୁଙ୍କ ସହିତ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ । ଏହି ୱାର୍ଡରେ ଥିବା ରାସ୍ତା ଏବଂ ଡ୍ରେନ ସମସ୍ୟା ଭଳି ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ସେ ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ । ତାଙ୍କ ସହିତ ଏହି ନିର୍ବାଚନୀ ପ୍ରଚାରରେ ଜିଲ୍ଲା ମହିଳା ବିଜେଡି ସଭାପତି ଶ୍ରୀମତୀ ସାହୁ ଓ ନଗର ମହିଳା ବିଜେଡି ସଭାପତି ଶ୍ରୀମତୀ କରଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ କର୍ମୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ