ବିଜେଡି ନଜରରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର

ରୋଚକ ସ୍ଥିତିରେ ଗଞ୍ଜାମ ରାଜନୀତି । ସମସ୍ତ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶାସକ ବିଜେଡି ଦୁଇ ପାଦ ଆଗରେ ରହି ସମସ୍ତ ପାର୍ଥୀ ବହୁ ପୁର୍ବରୁ ଘୋଷଣା କରିସାରିଛି । କିନ୍ତୁ ଅନ୍ୟ ଜାତୀୟ ଦଳମାନେ ପାର୍ଥୀ ଚୟନ ଓ ଘୋଷଣାରେ ବିଳମ୍ବ କରିଛନ୍ତି ।ଏହାକୁ ଦୃଷ୍ଟିରେ ରଖି ସାଧାରଣ ଜନତା ସାଧାରଣତଃ ତ୍ରିମୁଖୀ ପ୍ରତିନ୍ଦ୍ୱନ୍ଦିତା ହେବ ବୋଲି ଆଲୋଚନା କରୁଥିବାବେଳେ ଜାତୀୟ ଦଳ ବିଜେପି ଓ କଂଗ୍ରେସ ସେମାନଙ୍କ ପାର୍ଥୀ ତାଲିକା ଘୋଷଣା କରିବାପରେ ଭୋଟର ଓ ସାଧାରଣ ଜନତାଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେବା ସହ ଆଲୋଚନା କରୁଛନ୍ି ଯେ, ବିଜେଡି ଦଳ ପାଖରେ ସମସ୍ତ ଦଳ ନିର୍ବାଚନ ପୁର୍ବରୁ ହାର ମାନିଛନ୍ତି ନା ବିଜେଡି ନିକଟରେ ଆତ୍ମସମର୍ପଣ କରିଛନ୍ତି । ପ୍ରମୁଖ ଜାତୀୟ ଦଳ ଗୁଡିକର ସମସ୍ତ ପ୍ରାର୍ଥୀ ଙ୍କ ଉପରେ ନଜର ପକାଇଲେ ଜଣାପଡୁଛି ଯେ କେତେକ ସ୍ଥାନ ଛାଡିଦେଲେ ଅଧିକାଂଶ ସ୍ଥାନରେ ଅପରିଚିତ ଓ ବାହାର ସ୍ଥାନର ବ୍ୟକ୍ତିଙ୍କୁ ଦଳ ପାର୍ଥୀ କରି ଏକ ପ୍ରକାର ବିଜେଡି ପାଖରେ ହାତ ଟେକିଦେଇଛନ୍ତି ।ବିଜେଡି ପୁର୍ବରୁ ବ୍ରହ୍ମପୁର ସାସଂଦୀୟ କ୍ଷତ୍ରେରୁ ଜଣାଶୁଣା ଟାଣୁଆ ନେତା ତଥା ପୁର୍ବତନ କ୍ଦ୍ରେ ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁଙ୍କୁ ପାର୍ଥୀ କରିଥିବା ବେଳେ ବିଧାନସଭା କ୍ଷେତ୍ରପାଇ ଯୁବ ସଂଗଠକ ବିକ୍ରମ ପଣ୍ଡା ପ୍ରଥମେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଜାତୀୟ ଦଳ କଂଗ୍ରେସର ପାର୍ଥୀ ଭାବେ ସ୍ଥାନୀୟ ପାର୍ଥୀଙ୍କୁ ଅଗ୍ରାଧୀକାର ନଦେଇ ଅପରିଚିତ ଭି. ଚନ୍ଦ୍ର ଶେଖର ନାଇଡୁଙ୍କୁ ଦଳ ଟିକେଟ ପ୍ରଦାନ କରିଛି । ସାମାଜିକ କ୍ଷେତ୍ରରେ ବହୁ କମ ସମୟ ଦେଖା ଦେଉଥିବା ଲିଙ୍ଗରାଜ ଚୌଧୁରୀଙ୍କୁ ବିଧାନସଭା ପାଇଁ ପାର୍ଥୀ କରିଛି ଅନୁରୁପ ଭାବେ ଭାରତୀୟ ଜନତା ପାର୍ଟି ମଧ୍ୟ କଂଗ୍ରେସକୁ ଅନୁକରଣ କରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବାହାର ପାର୍ଥୀ ଭୃଗୁ ବକ୍ସି ପାତ୍ରଙ୍କୁ ପର୍ଥୀ କରିଥିବାବେଳେ ଗଞ୍ଜାମ ଜିଲ୍ଲା ବିଜପି ସଭାପତି କାହ୍ନୁ ପତିଙ୍କୁ ଦଳ ବିଧାନସଭା କ୍ଷେତ୍ର ପାଇଁ ଚୟନ କରିଛି । ପୂର୍ବଥର ବିଜେପି ଟିକେଟର ଲଢିଥିବା ଶିବଶଙ୍କର ଦାଶ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ ଭୋଟ ପାଇଥିଲେ ଧ୍ୟ ଦଳ ତାଙ୍କୁ ନିର୍ୱାଚନରେ ଅବତୀର୍ଣ୍ଣ କରିନାହିଁ । ଯେ ହେତୁ ସେ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଥିଲେ ଏବଂ ତାଙ୍କର ବ୍ରହ୍ମପୁର ସହରରେ କିଛି ପରିମାଣରେ ପକେଟ ଭୋଟ ଥିଲା କିନ୍ତୁ ତାଙ୍କୁ ଏଥର ଦଳ ଉପେକ୍ଷ୍ୟା କଲାଭଳି ଜଣାପଡୁଛି । ଏବେ ଦେଖିବାକୁ ବାକି ରହିଲା ବ୍ରହ୍ମପୁରବାସୀ କାହାକୁ ନିର୍ବାଚିତ କରି ୨୦୧୯ରେ ବିଧାନସଭାକୁ ପଠାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ