ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) :ବିଜୁ ଜନତା ଦଳ, ବାଲେଶ୍ୱର ଶାଖା ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଉତ୍ସବ ଶନିବାର ପାଳିତ ହୋଇଯାଇଛି । ଏନେଇ ସକାଳେ ସହରର ଡିଆଇସି ଛକସ୍ଥିତ ଥିବା ବିଜୁ ପଟ୍ଟନାୟକ ଉଦ୍ୟାନରେ ଥିବା ପ୍ରବାଦ ପୁରୁଷଙ୍କ ପ୍ରତିମର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ସହ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ଯୋଗଦେଇ ଓଡ଼ିଶାର ବିକାଶରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅବଦାନ ଓ ତାଙ୍କର ସ୍ୱପ୍ନ ସମ୍ପର୍କରେ ଆଲୋକପାତ କରିଥିଲେ । ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର ସହ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଆଜି ସମଗ୍ର ଦେଶ ପାଇଁ ଉଦାହରଣ ହୋଇଛନ୍ତି ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ । ବିଜେଡି ଟାଉନ ସଭାପତି ସନତ ଦାସଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ଜିଲା ଉପ-ସଭାପତି ବରଦା ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ବିଧାୟକ ସୁଦର୍ଶନ ଯେନା, ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ନବ ନିର୍ବାଚିତ ଜିଲା ପରିଷଦ ସଦସ୍ୟ ନାରାୟଣ ଚନ୍ଦ୍ର ପ୍ରଧାନ, ସଂଜୟ କୁମାର ସେଠୀ ଓ ସୋନାଲି ବିଶ୍ୱାଳ, ବିଜେଡି ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, ସତ୍ୟ ରଂଜନ ଦାସ, ଶତ୍ରୁଘ୍ନ ମଲ୍ଲିକ, ଯଯାତି ଦାସ, ରଘୁନାଥ ଲେଙ୍କା, ଶ୍ରଦ୍ଧାଞ୍ଜଳି ରାୟ, ରଞ୍ଜିତା ମହାପାତ୍ର, ମୀନା ମହାନ୍ତି, ଇତିକ୍ରିଷ୍ଣା ସ୍ୱାଇଁ, ମୀନତି ସେଠୀ, ଆଶ୍ରିତା ତରେଇ, କାର୍ତ୍ତିକ ସାହୁ, ଜିତେନ୍ଦ୍ର ଉପାଧ୍ୟାୟ, ମହମ୍ମଦ ହାଇଦର ଖାନ୍‌, ଶେଖ ଆୟୁବ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ବିଜୁବାବୁଙ୍କୁ ମନେ ପକାଇବା ସହ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ବିକାଶଶୀଳ ଓଡ଼ିଶା ନିର୍ମାଣରେ ବିଜୁ ପଟ୍ଟନାୟକଙ୍କ ଅବଦାନ ତାଙ୍କୁ ଚିରସ୍ମରଣୀୟ ରଖିବ ବୋଲି ଉପସ୍ଥିତ ଦଳୀୟ କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଦାସ ଓ ଦଳୀୟ କର୍ମକର୍ତାମାନେ ଫାଣ୍ଡିଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ