ବିଜେଡି ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ସୋମବାର ଅପରାହ୍ନରେ ସ୍ଥାନୀୟ ଗରାପୁର ଡାକବଙ୍ଗଳା ପରିସରରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ନିର୍ଦେଶକ୍ରମେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୬ତାରିଖରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳି ପକ୍ଷରୁ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଧୁମଧାମରେ ପାଳନ କରି ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ଜନସାଧାରଣଙ୍କ ପାଖରେ ପହଁଚାଇବା ସହିତ ସମସ୍ତ କର୍ମୀମାନେ ସାଧାରଣଜନତାଙ୍କ ନିକଟରେ ଉତ୍ତରଦାୟୀ ରହିବା ବିଷୟରେ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ମହିଳା ସଭାପତି ସ୍ନେହପଭା ତ୍ରିପାଠୀ, ବ୍ଲକ ସଭାପତି ଆଲୋକ ସାହୁ, ନଗର ସଭାପତି ଶ୍ରୀକାନ୍ତ ପଣ୍ଡା, ଯୁବ ସଭାପତି ରାଜେଶ ପଣ୍ଡା, ଛାତ୍ର ସଭାପତି ପ୍ରଦୀପ କୁମାର ସାହୁ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ରୋସ୍ôନା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଦଳିତ ସେଲ ସଭାପତି ବାରେଣୀ ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ଗୀତା ସେଠୀ, ପୂର୍ବତନ ପୈାର ଉପାଧ୍ୟକ୍ଷା ସବୀତା ସାହୁ, ବିଜେଡି ରାଜ୍ୟ ଆଇନଜୀବି ସାମୁଖ୍ୟ ସଦସ୍ୟ ସଞ୍ଜୟ କୁମାର ଜେନା, ଭଜକୃଷ୍ଣ ରାଉତ, ଦେବଦାସ ମହାନ୍ତି, ଗଗନବିହାରି ଜେନା, ହିରଣ୍ୟ ପଣ୍ଡା, ସନ୍ତୋଷ ବେହେରା, ପ୍ରସନ୍ନ ରାଉତ, ପ୍ରମୋଦ ପ୍ରଧାନ, ନରହରି ପାଣି, ଗାୟତ୍ରୀ ମହାନ୍ତି, ପୂଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ), ସେକ ମତୁ, ବ୍ରହ୍ମାନନ୍ଦ ତ୍ରିପାଠୀ, କାଳି ପ୍ରସାଦ ମିଶ୍ର, ମହେନ୍ଦ୍ର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ସୁନ୍ଦର ଓ ସୁଦୃଢ ଭାବରେ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବାକୁ ପ୍ରସ୍ତାବ ଦେଇଥିଲେ ।


