ବିଜେଡି ପ୍ରତିଷ୍ଠା ଦିବସ ଉପଲକ୍ଷେ ଶୀତବସ୍ତ୍ର ବଣ୍ଟନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ଠାରେ ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଜିଲ୍ଲା ମହିଳା ଉପସଭାପତି ସୁରେଶ୍ୱରୀ ସାଗରୀକା ଜେନାଙ୍କ ନିଦେ୍ର୍ଦଶରେ ଫାଉଣ୍ଡେସର ସଭାପତି ଉମାକାନ୍ତ ରାଉତ, ଶାଳଣିଆଁ ସରପଞ୍ଚ ସୁମିତ୍ରା ଜେନା, ସମିତିସଭ୍ୟ ଦିବ୍ୟରଞ୍ଜନ ଜେନା, ବରିଷ୍ଠ ବିଜେହି ନେତା ବୁଦ୍ଧଦେବ ଜେନା, ଭୀମସେନ ପେରେଇ ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୃର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଶାଳଣିଆଁ, ଗେଡମା, ଡଅଁର, ଆଇତିପୁର, ଗେଡମା, ଅଁରା ଆଦି ପଞ୍ଚାୟତରୁ ଆସିଥିବା ୧୫ଶହରୁ ଉର୍ଦ୍ଧ ଗରିବ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ଏଥିରେ ଟ୍ରଷ୍ଟର ସମ୍ପାଦକ ଅର୍ଜୁନ ଖଣ୍ଡା, କିଶୋର କୁମାର ସିଂ, ରାଜଲେକ୍ଷ୍ମୀ ବେହେରା, ଅନ୍ନପୁର୍ଣ୍ଣା ସାହୁ, ଶ୍ରୀଲେଖା ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଚକ୍ରଧର ପୁହାଣ, ବରଦା ପ୍ରସନ୍ନ ନାୟକ, ବ୍ରଜ କିଶୋର ଜେନା, ସୁଶାନ୍ତ ନାୟକ, ମହେଶ୍ୱର ଜେନା, ରବିନ୍ଦ୍ର ସାହାଣୀ, ରଞ୍ଜନ ଜେନା, ଚଗୁଲୁ ବେହେରା, ଚନ୍ଦ୍ରମଣି ପହି, ଶାନ୍ତନୁ ଦେଓ, ବାବୁ ପରିଡାଙ୍କ ସମେତ ବହୁ ବିଜେଡିର ଛାମୁଆ ନେତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ