ପୁରୁଷ ହକି ବିଶ୍ୱକପ ପାଇଁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ପୁରୁଷ ହକି ବିଶ୍ୱପ ପାଇଁ ମଠ କପୁଣ୍ଡି ମିନି ଷ୍ଟାଡିୟମ ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଆଜି ଉଦ୍ୟାପିତ ହୋଇଯାଇଛି । ଆଜିର କ୍ରିକେଟ ପ୍ରତିଯୋଗୀତାରେ ବ୍ଲକର ସରକାରୀ କର୍ମଚାରୀ ଦଳ ଶାସଙ୍ଗ କିଙ୍ଗସ ଇଲେଭେନକୁ ୧୦ରନରେ ପରାସ୍ତ କରି ଚମ୍ପିୟନ ହୋଇଥିଲା । ପରେ ଅନୁଷ୍ଠିତ ଫୁଟବଲ ମ୍ୟାଚରେ ଫୁଟବଲ ଫାଇନାଲ ମ୍ୟାଚରେ ବାଲିବରେଇ ଫୁଟବଲ ଟିମ ଢ଼େଙ୍କା ଫୁଟବଲ ଟିମକୁ ୨-୦ରେ ପରାସ୍ତକରି ଚମ୍ପିୟନ ହୋଇଥିବାବେଳେ ଭଲ୍ଲିବଲ ପ୍ରତିଯୋଗୀତାରେ ସୋସୋ ଦଳ ସଢ଼ା ଭଲ୍ଲି ଟିମକୁ ପରାସ୍ତ କରି ଚମ୍ପିୟନ ହୋଇଥିଲା । ଏହି ଖେଳରେ ନୋଡାଲ ଅଫିସର ଭାବେ ହାଟଡିହି ବିଡିଓ ବିନିତା ବିଜୟିନୀ, ପିଇଓ ଶରତ କୁମାର ବେଜ, ଏସବିଏମ କାର୍ତ୍ତିକ ପାତ୍ର ପ୍ରମୁଖ ରହିଥିବାବେଳେ ହାଯଡିହି ହାଇସ୍କୁଲର ଖେଳ ଶିକ୍ଷକ ପ୍ରମୋଦ ବେହେରା, ଆମ୍ବୋ ହାଇସ୍କୁଲର ଖେଳ ଶିକ୍ଷକ ସୁଶାନ୍ତ କୁମାର ସାମଲ, ସୁନ୍ଦରାପାଳ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସତ୍ୟବ୍ରତ ସାମଲ ଓରାଳି ହାଇସ୍କୁଲର ଖେଳ ଶିକ୍ଷକ ସଚିନଦେବ ରାଉତ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ବିଡିଓ ବିନିତା ବିଜୟିନୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଟିମ ଗୁଡିକୁ ଟ୍ରଫି ପ୍ରଦାନ କରିଥିଲେ


