ବିଜେଡି ପ୍ରାର୍ଥି ରମେଶଙ୍କୁ ସମ୍ବର୍ଦ୍ଧନା
ଦଶପଲ୍ଲା(ଯୁଗାଦ୍ଧ ନ୍ୟୁଜ): ଦଶପଲ୍ଲା ମହୁଲିଆସ୍ଥିତ ଲୁଣି ବଗିଚାଠାରେ ଶନିବାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଅନୁସୂଚିତ ଜାତି ସମ୍ପ୍ରଦାୟର ବିଭିନ୍ନ ସରପଞ୍ଚ, ସମିତିସଭ୍ୟ, ଗାଁ ମୁଖିଆ ଓ ଜନସାଧାରଣଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଆଗାମୀ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ବେହେରାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବା ପାଇଁ କୁହାଯାଇଛି । ମିଥ୍ୟା ପ୍ରଚାର ପ୍ରତି କେହି ବିଶ୍ୱାସ ନଯିବା ପାଇଁ ଅନୁସୂଚିତ ଜାତି ବର୍ଗର ସମାଜ ଓ ଭୋଟରଙ୍କୁ ନିବେଦନ କରିଛନ୍ତି ବିଧାୟକ ପ୍ରାର୍ଥୀ ରମେଶ ବେହେରା । ମୁଁ କୌଣସି ନେତା ହେବାକୁ ଆସିନାହିଁ, ସରକାରୀ ଚାକିରି ଛାଡି ଆପଣମାନଙ୍କ ସୁଖଦୁଃଖର ସାଥୀ ହୋଇ ସେବା କରିବା ପାଇଁ ଆଗେଇ ଆସିଥିବା ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏପରିକି ଆଜି ନୁହେଁ ସବୁଦିନ ପାଇଁ ସମାଜର ସବୁବର୍ଗର ଜନସାଧାରଣଙ୍କ ପାଇଁ ମୋ ଘର, ପରିବାର, ଅଫିସ ଓ ଫୋନ ଖୋଲା ରହିଛି ବୋଲି ଆହ୍ୱାନ ଦେଇ ସେ କହିଛନ୍ତି । ବୈଠକରେ ଉପସ୍ଥିତ ସମାଜର ଅନେକ ବ୍ୟକ୍ତି ନିଜ ନିଜର ବକ୍ତବ୍ୟ ରଖିବା ସହ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳକୁ ସହଯୋଗ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରାଯିବ ବୋଲି କୁହାଯାଇଛି ।