ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କ ରୋଡ୍ ଶୋ

ବୋଲଗଡ଼ (ଯୁଗାଦ୍ଧ ନ୍ୟୁଜ): ବୋଲଗଡ ବ୍ଲକ ୨୫ନଂ ଜୋନ୍ରେ ଗୁରୁବାର ପୂର୍ବାହ୍ନରୁ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କର ରୋଡ୍ ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୋଲଗଡ଼ରେ ଅପ୍ରେଲ୍ ୨୩ରେ ସାଧାରଣ ନିର୍ବାଚନ ହେବ । ୨୫ନଂ ଜିଲ୍ଲା ପରିଷଦ ଜୋନରେ ବୋଲଗଡ଼ ବ୍ଲକର ୬ଟି ପଞ୍ଚାୟତ ରହିଛି । ସେଗୁଡିକ ବୋଲଗଡ, ଡାବରଧୁଆପାଟଣା, ଖଙ୍ଗୁରିଆ, କଳାଙ୍ଗ,ଦଳାଇସାହି ଓ ଫାସିଓଦା ପଞ୍ଚାୟତଗୁଡିକ ଅନ୍ତର୍ଭୁକ୍ତ । ଏହି ରୋଡ ଶୋ କାର୍ଯ୍ୟକ୍ରମ ଡାବରଧୁଆ ପାଟଣା ପଞ୍ଚାୟତ ଅନ୍ତର୍ଗତ କପାସିଆ ଠାରୁ ଆରମ୍ଭ ହୋଇ ଡାବରଧୁଆ, ବୋଲଗଡ଼ ବଜାର, ଘୋରଡିଆ, ଅରଖପଲ୍ଲୀ, ଖଙ୍ଗୁରିଆ, ସଂପୁର,କଳାଙ୍ଗ, ମାଳିସାହି, ଦଳାଇସାହି,ନାଉପଡା,ଗୋଡଭଙ୍ଗା ,ଦିଘିରୀ ଓ ଭୀମପଡା ଅତିକ୍ରମ କରିଥିଲା । ଏହି ରୋଡ ଶୋ କାର୍ଯ୍ୟକ୍ରମରେ ୨ହଜାରରୁ ଊଦ୍ଧ୍ୱର୍ କର୍ମୀ ବାଇକ୍ ଧରି ରୋଡ ଶୋରେ ସାମିଲ ହୋଇଥିଲେ । ଏହି ରୋଡଶୋରେ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ, ୨୫ନଂ ଜିଲ୍ଲା ପରିଷଦ ସଦସ୍ୟ ଅଶ୍ୱିନୀ କୁମାର ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ବାନାମ୍ବର ମାଝି,ବ୍ଲକ ଅଧ୍ୟକ୍ଷ ଗୋପାଳ ଚରଣ ବେହେରା, ବୋଲଗଡ ସମିତିସଭ୍ୟ ବୀର ଦାସ, କଳାଙ୍ଗ ସରପଞ୍ଚ ବାସୁଦେବ ପରିଡା, ଡାବରଧୁଆ ପାଟଣା ପୂର୍ବତନ ସରପଞ୍ଚ ପ୍ରଭାତ କୁମାର ପ୍ରଧାନ ଓ ୨୬ନଂ ଜିଲ୍ଲା ପରିଷଦ ସଭ୍ୟା ତିଳୋତମା ସୁବୁଦ୍ଧି ପ୍ରମୁଖ ସାମିଲ ହୋଇ ବିଜୁ ଜନତା ଦଳପାଇଁ ଭୋଟ ମାଗିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ