ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଆହତ

ଆହତ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନନ୍ତଙ୍କୁ ଭେଟି ନବୀନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏଠାରେ ସୂଚନା ଥାଉକି, ଗତକାଲି ନିର୍ବାଚନୀ ପ୍ରଚାର ସାରି ବିଳମ୍ବିତ ରାତିରେ ଝାରପଡା କେନାଲ ରୋଡ଼ରେ ଅନନ୍ତ ଫେରୁଥିବାବେଳେ ଦୁଇଟି ବାଇକରେ କିଛି ଦୁର୍ବୁତ୍ତ ଆସି ଅନନ୍ତଙ୍କ ଗାଡି ଭଙ୍ଗାରୁଜା କରିବା ସହିତ ତାଙ୍କ ଗାଡି ଉପରକୁ ବୋମା ପକାଇଥିଲେ । ବିସ୍ଫୋରଣରେ ଅନନ୍ତଙ୍କ ସମେତ ଗାଡ଼ିରେ ଥିବା ତାଙ୍କ ସହଯୋଗୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଅନନ୍ତଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ