ବିଜେଡି ବ୍ଲକ ସଭାପତିଙ୍କ ମାତୃ ବିୟୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କନ୍ଦ୍ରୋପଡା ବ୍ଲକ ବିଜେଡି ସଭାପତି ଆଲୋକ ସାହୁଙ୍କ ମାତାଙ୍କ ବିୟୋଗ ହୋଇଯାଇଛି । ତାଙ୍କ ମା ପୂର୍ଣ୍ଣଲତା ସାହୁଙ୍କର ୯୦ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତା ସାହୁ ଜଣେ ମିଷ୍ଟଭାଷି, ଧର୍ମ ପରାୟଣା ମହିଳା ଥିଲେ । ଏ ସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ ଓ ରଶ୍ମୀରଞ୍ଜନ ରାଉତ, ବିଜେଡି ଯୁବନେତା ରାଜେଶ ପଣ୍ଡା, ଦୁଷ୍ମନ୍ତ ମଲିକ, ମହନ୍ଦ୍ରେ ମିଶ୍ର, ଅସିତବନ୍ଧୁ ଧଳ, ସମାଜସେବୀ ପ୍ରତାପ ଚନ୍ଦ୍ର ଦାସ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ପ୍ରମୁଖ ତାଙ୍କ ଇନ୍ଦୁପୁରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିିଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ନିରଞ୍ଜନ ସାହୁ ମୁଖାଗ୍ନୀ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ