ବିଜେଡି ମହିଳା ସଂଗଠନ ପକ୍ଷରୁ କରୋନା ସଚେତନତା 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):କରୋନା ମୁକାବିଲା ନିମନ୍ତେ ଆବଶ୍ୟକ ସମସ୍ତ ସଚେତନତା କାର୍ଯ୍ୟକ୍ରମକୁ ନେଇ ପାରଳା ବିଜେଡି ମହିଳା ସଙ୍ଗଠନ ଆଗକୁ ଆସିଛି । ଆଜି ସକାଳ ୯ଘଣ୍ଟା ସମୟରେ ସ୍ଥାନୀୟ ହାଟପଦାରେ ବସିଥିବା ପରିବା ଦୋକାନୀମାନଙ୍କୁ ଏବଂ ସେଠାରେ ଫଳ ଓ ପରିବା କିଣୁଥିବା ଜନସାଧାରଣଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ଏବଂ ନିଜ ପରିବାରକୁ ସୁରକ୍ଷା ଦେଇପାରିବେ ଏ ନେଇ ସଚେତନତା ବାର୍ତ୍ତା ଦେବା ସହ ମାସ୍କ ବଣ୍ଟନ କରାଯାଇଥିଲା । ବିଜେଡିର ବରିଷ୍ଠ ନେତା ତଥା ଆଇନଜୀବୀ ରାମନାଥ ମିଶ୍ରଙ୍କ ନେତୃତ୍ୱରେ ସଂଯୁକ୍ତା ବେହେରା,ମିନାକ୍ଷୀ ସାହୁ,ତନୁଜା ଶତପଥୀ,ଭରତୀ ପାତ୍ର ଏବଂ ଅନୀଲ ବେହେରା ଲୋକଙ୍କୁ ସଚେତନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ