ବିଜେଡି ପର୍ଯ୍ୟବେକ୍ଷକଙ୍କ ପାରଳା ଗ୍ରସ୍ତ ନେଇ ବିଭିନ୍ନ ଦଳରେ ତୀବ୍ର ପ୍ରତିକ୍ରିୟା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡିକୁ ସରୋଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତଥା ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକଙ୍କ ଗସ୍ତକୁନେଇ ବିଭିନ୍ନ ରାଜନୈତିକ ଦଳପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେ ଜିଲ୍ଲା ବାହାରର ତଥା ଗଂଜାମ ଜିଲାର ହୋଇଥିବାବେଳେ ସେ କିପରି ଗଜପତି ଜିଲ୍ଲାରେ ଲକ୍ଡାଉନ ବଳବତ୍ତର ରହିଥିବା ବେଳେ ପ୍ରବେଶ କଲେ ଏବଂ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କଲେ ଏବଂ ଗହଳି ଏହିପରି ହୋଇଥିଲା ଯେ ସେଠାରେ ଆଦୈ ସାମାଜିକ ଦୂରତା ରକ୍ଷା କରାଯାଇ ନ ଥିବା ଦେଖିବାକୁ ମିଳିଥିଲା । ଶ୍ରୀ ସ୍ୱାଇଁଙ୍କ ପୌତୃକ ଅଞ୍ଚଳ ଗଂଜାମ ହୋଇଥିବା ବେଳେ ସେ କିପରି ଗଜପତିରେ ପ୍ରବେଶ କଲେ ଏବଂ ତାଙ୍କ ପାଇଁ କୌଣସି ଆଇନ କାନୁନ ଲାଗିଲା ନାହିଁ ତାହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଶ୍ନ ଉଠା ଯାଇ ଥିବା ବେଳେ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏ ସମ୍ପର୍କିତ ଏକ ପ୍ରେସ ବିବୃତି ଜାରୀ କରିବା ସହ ତାହାର ଏକକ ନକଲ ରାଜ୍ୟର ରାଜ୍ୟ ପାଳ ଏବଂ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିବା ଜଣାଇଛନ୍ତି । ସେହିପରି ବିଧାୟକଙ୍କ ଗସ୍ତ ସମୟରେ ଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହା କିପରି ସମ୍ଭବ ହୋଇପାରିଲା ବୋଲି ଭାଜପାର ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ବରିଷ୍ଠନେତା ଭ୍ରୁଗୁ ବକ୍ସିପାତ୍ର, ପୂର୍ବତନ ନଗରପାଳ ପି.କ୍ରିଷ୍ଣା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଏହା ସତ୍ୟ ଯେ ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାରେ କୋରନା ପଜିଟିଭ ଚିହ୍ନଟ ହୋଇନାହାନ୍ତି । ହେଲେ ଏପରି ଲକ୍ଡାଉନ ସମୟରେ ନିୟମ ଉଲଂଘନ କରାଯାଇଥିବା କେତେ ଦୂର ଯୁକ୍ତିଯୁକ୍ତ ଭାଜପା ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି । ସେ ସହରର ବ୍ୟସ୍ତ ବହୁଳ ଦୈନିକ ବଜାର ଛକରେ ମାସ୍କ ବଣ୍ଟନ କରିବା ସମୟରେ ଅନେକ ଦଳୀୟ କର୍ମୀ ସେଠାରେ ଉପସ୍ଥିତ ରହିଥିବା ବେଳେ ସେହି ସ୍ଥାନରେ ଲକ୍ଡାଉନ କଟକଣା ବା ସାମାଜିକ ଦୂରତା ଆଦୈ ପାଳନ ହୋଇନଥିଲା ତାହା ସ୍ପଷ୍ଟ ଭାବେ ଦୃଷ୍ଟିଗଚର ହେଉଛି । ଜଣେ ସାଧାରଣ ବ୍ୟକ୍ତି ଲକ୍ଡାଉନ ବା ସାମାଜିକ ଦୂରତା ନିୟମକୁ ଉଲଂଘନ କଲେ କାର୍ଯ୍ୟନୁଷ୍ଠାନ କରାଯାଉଛି ମାତ୍ର ଏ କ୍ଷେତ୍ରରେ ପ୍ରଶାସନ କିପରି ଚୂପ ରହିଲା ଏହାକୁ ନେଇ ବିରୋଧିଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ।


