ବିଜେଡି ରେ ମିଶିଲେ ଗୋଳାବନ୍ଧ ଗ୍ରାମର ୭୦ ପରିବାର

ପୋଲସରା , ( ଅନିଲ କୁମାର ମହାରଣା ) : ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ଗ୍ରାମ ଠାରେ ବିଜେଡି ପକ୍ଷରୁ ଏପ୍ରିଲ ୨୦ ତାରିଖ ଦିନ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡା ବ୍ଳକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର ପ୍ରାୟ ୭୦ ଜଣ ଅନ୍ୟ ଦଳର କର୍ମୀ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାଧୁ ଚରଣ ସ୍ବାଇଁ, ସନାତନ ସ୍ବାଇଁ, ଗନ୍ଧର୍ବ ଗୌଡ,କାଳୁ ଚରଣ ଗୌଡ, ସଉରା ଗୌଡ, କପିଳା ସ୍ବାଇଁ, ରାମଚନ୍ଦ୍ର ଜେନା, ପ୍ରମୋଦ ଜେନା, ଜଗା ସ୍ବାଇଁ, ସମୀର ଜେନା, ସୁବାଷ ଚନ୍ଦ୍ର ଜେନା, ଗଣେଶ ଜେନା, କାଶୀନାଥ ଗୌଡ, ରଞ୍ଜିତ ସ୍ବାଇଁ, ଧୋବା ଜେନା, ଶୁଶି ଜେନା, ରୋହିତ ସ୍ବାଇଁ, ବାସୁଦେବ ନାଇକ, ନାଲୁ ନାଇକ, ନାରାୟଣ ପ୍ରଧାନଙ୍କ ସମେତ ୭୦ ପରିବାରର ମୁଖ୍ୟ ବିଜେଡିରେ ଯୋଗଦେଇଛନ୍ତି। ବିଧାୟକ ଶ୍ରୀସାହୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସେମାନଙ୍କୁ ଦଳରେ ସାମିଲ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ