ବିଜେଡି ର ଜନସମ୍ପର୍କ ପଦଯାତ୍ରା ଯୋଗଦେଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟବ୍ୟାପୀ ହେଉଥିବା ବିଜେଡି ର ଜନସମ୍ପର୍କ ପଦଯାତ୍ରା କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ଓ କରଞ୍ଜିଆ ଏନଏସି ରେ ଜାରି ରହିଛି ଗତକାଲି କରଞ୍ଜିଆ ବ୍ଲକ ବଡ଼ଗାଁ ପଞ୍ଚାୟତ ଓ କରଞ୍ଜିଆ ଏନଏସି ର ୱାର୍ଡ ନଂ ୭ ଓ ୮ ରେ ପଦଯାତ୍ରା ଅନୁଷ୍ଠିତ ହୋଇଛି
ବଡ଼ଗାଁ ରେ ରାଜ୍ୟ ମହିଳା ଓ ଶିଶୁଵିକାଶ, ମିଶନ ଶକ୍ତି ମନ୍ତ୍ରୀ ତଥା କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଙ୍କ ନେତୃତ୍ୱ ରେ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି, ଉପାଧ୍ୟକ୍ଷ ଛତିଶ ମହାନ୍ତ,ଜିଲ୍ଲା ଉପସଭାପତି ସନ୍ତୋଷ ମହାନ୍ତ, ଜିଲ୍ଲା ଛାତ୍ର ସଭାପତି ଅନିଶ ମାନ୍ନା, ରାଜ୍ୟ ମହିଳା ସମ୍ପାଦିକା ଅଞ୍ଜୁ ମହାନ୍ତ,ବ୍ଲକ ସଭପତି ସତ୍ୟରଞ୍ଜନ ମହାନ୍ତ,ଯୁବ ସଭାପତି ବିକି ଅଲ୍ଲୀ, ଛାତ୍ର ସଭାପତି କୋମଲ କୃଷ୍ଣ ମହାନ୍ତ,ସଂଯୋଜକ ସାମୁଏଲ ନାୟକ, ସମାୟ ପୂର୍ତ୍ତି ଙ୍କ ସହିତ ବହୁସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦେଇଥିଲେ ସେହିପରି କରଞ୍ଜିଆ ଏନଏସି ୱାର୍ଡ ନଂ ୭ ଓ ୮ ରେ କରଞ୍ଜିଆ ନଗର ସଭାପତି ନିତ୍ୟାନନ୍ଦ ଦାସ ଙ୍କ ଦ୍ୱାରା ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି ଓ ଉପାଧ୍ୟକ୍ଷ ସ୍ୱରୂପ ପରିଜା ଙ୍କ ନେତୃତ୍ୱ ରେ ଆୟୋଜିତ ପଦଯାତ୍ରା ରେ ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି, ସଂଯୋଜକ ସାମୁଏଲ ନାୟକ, ଜିଲ୍ଲା ସମ୍ପାଦକ ମହେଶ୍ୱର ନାୟକ, ଯୁବ ନେତା ରୋହିତ ପୃଷ୍ଟି, ବିଦେଶୀ ରାଜ, କାଉନସିଲର ରଣଜିତ ଖାଟୁଆ, ଚିକୁ ଭୁଜବଳ ଙ୍କ ସହିତ ୱାର୍ଡର ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ


