ବିଜେଡି ର ଜିଲ୍ଲା ସ୍ତରୀୟ ଜନସଂପର୍କ ଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ
ଗଂଜାମ, (ଯୁଗାବ୍ଦ ନ୍ୟୁଜ୍): ବିଜୁଜନତା ଦଳ ତରଫରୁ ଜିଲ୍ଲାସ୍ତରୀୟ ଜନସଂପର୍କ ଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବଦବଜାର ଠାରେ ଗଂଜାମ ଜିଲ୍ଲା ସଭାପତି ତଥା ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ପୌରହିତ୍ୱ ରେ ଅନୁଷ୍ଠିତ କର୍ମି ସମାବେଶରେ ଗଂଜାମ ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ।ଯୋଗଦେଇ ନବୀନ ସରକାର ଲୋକଙ୍କ ସରକାର ।ପୂର୍ବରୁ ଆମେ ବହିରେ ଗଣତନ୍ତ୍ର ହେଉଛି, ଲୋକମାନେ, ଲୋକମାନଙ୍କ ପାଇଁ, ଲୋକ ମାନଙ୍କ ଦ୍ଵାରା, ବୋଲି ପଢ଼ୁଥିଲୁ, ବର୍ତ୍ତମାନ ନବୀନ ସରକାର ଙ୍କ୫ଟି ଓ ମୋ ସରକାର କାର୍ୟ୍ୟକ୍ରମ କରି ତାହା ବାସ୍ତବରେ ପରିଣତ କରିଛନ୍ତି କହିବା ସହ ଏହି କାର୍ୟ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଏହି ନିର୍ବାଚନମଣ୍ଡଳୀ ରେ ସଭ୍ୟ ସଂଖ୍ୟା ଆହୁରି ବୃଦ୍ଧି କରିବାକୁ କହିଥିଲେ । ସିଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସ୍ୱାଗ୬ ଭାଷଣ ଦେବା ସହ ନବୀନଙ୍କ ଉନୟନ ଯୋଜନା ଲୋକଙ୍କ ପାଖରେ ଯେପରି ପହଁଚି ପାରିବ ସେନେଇ କର୍ମି ମାନେ କାର୍ୟ୍ୟ କରିବା ଦରକାର ବୋଲି କହିଥିଲେ । ପୁର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପଣନ ପରିଷଦ ର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ଯୋଗଦେଇ ବିଜୁବାବୁଙ୍କ ସ୍ୱପ୍ନ କୁ ନବୀନ ପୂରଣ କରିବା ରେ ସଫଳ ହୋଇପାରିଛନ୍ତି । ବିଶେଷ କରି ତାଙ୍କର ଲୋକାଭିମୁଖୀ ଯୋଜନା ଲୋକ ଙ୍କ ମୁଁହଁ ରେ ହସ ଫୁଟାଇ ପାରିଛି କହିବା ସହ ଦଳକୁ ମଜବୁତ କରିବା ପାଇଁ ସମସ୍ତ ଏକାଠି ହୋଇ କାମ କରିବା କୁ କହିଥିଲେ । ଖଲ୍ଲିକୋଟ ବିଧାୟକ ସୂର୍ୟ୍ୟ ମଣି ବୈଦ୍ୟ, ବେରହମପୁର ବିଧାୟକ ବିକ୍ରମପଣ୍ଡା, କବିସୂର୍ୟ୍ୟ ନଗର ବିଧାୟକ ଲତିକାପ୍ରଧାନ, ପୂର୍ବତନ ବିଧାୟକ ଆଦିକନ୍ଧ ସେଠୀ, ଅଶୋକ ଚୌଧିରି, ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୋନମ ପଲେଇ ନିଜ ବକ୍ତବ୍ୟ ରେ ରାଜ୍ୟ ସରକାର ଙ୍କ ବିଭିନ ଯୋଜନା ଓ ଦଳୀୟ ସଂଘଠନ ବୃଦ୍ଧି ଉପରେ ଆଲୋକ ପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହ ଲତା ପଣ୍ଡା , ରାଜ୍ୟ ସମ୍ପାଦକ ଟି.ଗୋପୀ, ପୁର୍ବତନ ମେୟର କେ.ମାଧବୀ, ଯୁବନେତା ବନମାଳୀ ସେଠି, ହରସାହୁ, ଜିଲ୍ଲା ସଂପାଦକ ଜଗନ୍ନାଥ ସାବତ, ଦିଲ୍ଲୀପ କୁମାର ଦାସ, ମନୋଜ ପାଢ଼ୀ, ଛାତ୍ର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବସଭାପତି ଧନଞୟ ରାଓ, ମହିଲ ଜିଲ୍ଲା ସଭାପତି ସଙ୍ଘମିତ୍ରା ଦଳେଇ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଧନଞୟ ରେଡି, ଗଂଜାମ ବ୍ଲକ ପୁର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ, ପ୍ରମୁଖ ମଞ୍ଚାସିନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ଅଧ୍ୟକ୍ଷ ଉର୍ମିଳା ପଲେଇ, ସୌଦାମିନି ବିଶ୍ୱାଳ ,ଜିଲ୍ଲା ପରିଷଦ ସଭ୍ୟ ଜେ. ସନ୍ତୋସୀ, ଗଞ୍ଜାମ ନଗର ସଭପତି ରାଜୁରେଡି, ବ୍ଲକ ସଭପତି ଇନ୍ଦ୍ରମଣି ଦଳେଇ, ସରପଞ୍ଚ ସାମାରେଡି, ନିରଂଜନ ରେଡି, ଚନ୍ଦ୍ରମୋହନ ସାହୁ, ପ୍ରଭାତ ସେଠି, ସନ୍ତୋଷ ସେଠି, କବିତା ସ୍ଵାଇଁ, ବନିତା ଦଳେଇ, ବ୍ଲକ ଉପାଧ୍ୟକ୍ଷ ମିନତି ପ୍ରଧାନ, ସମିତି ସଭ୍ୟ ଗଗନ ସ୍ୱାଇଁ, ଶତ୍ରୁଘନ ମହାଙ୍ଗୁଡ଼,ଛାୟାକାନ୍ତ ପ୍ରଧାନ, ପୁର୍ବତନ ଅଧ୍ୟକ୍ଷ ଭଗବାନ ବେହେରା, ଉପାଧ୍ୟକ୍ଷ ଭାଗ୍ୟ ରେଡି, ପୁର୍ବତନ ସାଂସଦ ପ୍ରତିନିଧି ସୁଧିର ପାଢ଼ୀ, ଯୁବନେତା ଦଣ୍ଡପାଣି ପରିଡ଼ା, ବୁଡୁସାହୁ, ଜିତୁପଣ୍ଡା, ଅଭିନାଶ ବେହେରା, ସୂର୍ୟ୍ୟ ପାତ୍ର, ମନୁମହାପତ୍ର, ଗୋବିନ୍ଦ ରେଡି , ନିଳାଞ୍ଚଳ ବାରିକ, କୃଷ୍ଣ ପ୍ରଧାନ, ଶିବୁ ସ୍ୱାଇଁ, କେଦାର ସ୍ୱାଇଁ, ଶ୍ରମିକ ନେତା ଶଙ୍କର ଦାସ, ମସ୍ୟଜୀବୀ ନେତା ସନା ତନ ବେହେରା, ଓକିଲ ପ୍ରଦୀପ ପାତ୍ର, ସୁରେଶ ପଣ୍ଡା, , ପୁର୍ବତନ ଅଧ୍ୟକ୍ଷ ବିଜୟ ବିଶ୍ଵାଳ, ପୁର୍ବତନ କାଉନସିଲର ମନୋଜ ତରାଇ , କାମେଶ୍ୱର, ଛାତ୍ରନେତା ରାନୁ ବୈଠାରୁ, ଶାନ୍ତୁନ ବିଶ୍ୱାଳ, ସୁକାନ୍ତ ବିଶ୍ୱାଳ , ମୂରଲୀ ରେଡି, ମନୋଜ , ପ୍ରମୁଖ ସାମିଲ ଥିଲେ ।ଶେଷରେ ଏକ ବିରାଟ ଶୋଭାଯାତ୍ରା ରେ ଗଂଜାମ ସହର ପରିକ୍ରମା କରିଥିଲେ ।


