ବିଜେଡି ର ନିର୍ବାଚନୀ ଇସ୍ତାହାର କୁ ବାଣ ଫୁଟାଇ ସ୍ୱାଗତ କଲେ ବିଜେଡି ପ୍ରାର୍ଥୀ ଓ କର୍ମୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଚଳିତ ସଧାରଣ ନିର୍ବାଚନ ପାଇଁ ବିଜେଡି ତାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଇସ୍ତାହାରରେ ବିଦ୍ୟୁତ ଉପଭୋକ୍ତା, ମହିଳା ଏସ ଏସ ଜି ଗ୍ରୁପ, ଛାତ୍ରଛାତ୍ରୀ, ଚାଷୀ, ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ରଖି ଥିବାରୁ ଏହି ଇସ୍ତାହାର କୁ ନେଇ ବିଜେଡି କର୍ମୀଙ୍କ ମହଲରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି। ଗତକାଲି ରାତିରେ ଏହାକୁ ନେଇ ବିଭିନ୍ନ ସ୍ଥାନରେ କର୍ମୀମାନେ ବାଣ ଫୁଟାଇ ଏହି ଇସ୍ତାହାରକୁ ସ୍ୱାଗତ କରିଥିଲେ। ହାତଡ଼ିହି ବିଜେଡି କାର୍ଯ୍ୟାଳୟ ଠାରେ ଶହ ଶହ ବିଜେଡି କର୍ମୀ ବାଣ ଫୁଟାଇ ଏହାକୁ ସ୍ୱାଗତ କରିଥିବା ବେଳେ ଆନନ୍ଦପୁରର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଏଭଳି ଇସ୍ତାହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସମୟରେ ଜିଲ୍ଲା ଯୁବ ବିଜେଡି ସଭାପତି ତଥା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ରାକେଶ ରାମ, ହାଟଡ଼ିହି ବ୍ଳକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ବିଶ୍ୱନାଥ ନାୟକ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, କାମପାଳ ନାୟକ, ଗୋପାଳ ନାୟକ, ନରେନ୍ଦ୍ର ସାଙ୍କ ସମେତ ବହୁ ବରିଷ୍ଠ କର୍ମୀ ଉପସ୍ଥିତ ହୋଇଥିଲେ।