ବିଜେଡି ର ପଞ୍ଚାୟତସ୍ତରୀୟ ବୈଠକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ତେରୁଣ୍ଡିଆ ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ଆଜି ଗ୍ରୀନଲାଣ୍ଡ କଲ୍ୟାଣ ମଣ୍ଡପ ପରିସରରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପଞ୍ଚାୟତ ସଭାପତି ଚିତ୍ତରଞ୍ଜନ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ ରେ ବିଧାୟକ ସମିର ରଞ୍ଜନ ଦାଶ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ଦଳୀୟ ସଂଗଠନ କୁ ସୁଦୃଢ କରିବା ଲାଗି ଉପସ୍ଥିତ ନେତୃମଣ୍ଡଳୀ ଙ୍କୁ ପରାମର୍ଶ ଦେଇଥିଲେ ।ବୈଠକ ରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ବ୍ଲକ ବିଜେଡ଼ି ସଭାପତି ଅଶୋକ ସାହୁ ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ସ୍ବାଇଁ ,ପଞ୍ଚାୟତ ପର୍ଯ୍ୟବେକ୍ଷକ ଅକ୍ଷୟ ବେହେରା ,ସରପଂଚ ନିରୁପମା ପ୍ରଧାନ,ଚିତ୍ତରଞ୍ଜନ ପ୍ରଧାନ,ସ୍ଵପ୍ନେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ପଞ୍ଚାୟତର ୱାର୍ଡମେମ୍ବର ଓ ପ୍ରତ୍ୟେକ ୱାର୍ଡ ର ନେତୃବୃନ୍ଦ ଉପସ୍ଥିତ ଥିଲେ ।ସେହିପରି ତୁଳସୀପୁର ଜୟଦୁର୍ଗା କଲ୍ୟାଣ ମଣ୍ଡପ ଠାରେ କଳାପାଞ୍ଚଣ ପଞ୍ଚାୟତ ବିଜୁ ଜନତାଦଳ କାର୍ଯ୍ୟକର୍ତ୍ତା ଙ୍କ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସଭାପତି ଅଭିମନ୍ୟୁ ପଣ୍ଡା ଙ୍କ ଦ୍ଵାରା ଆୟୋଜିତ ସଭାରେ ବିଧାୟକ ସମିର ରଞ୍ଜନ ଦାଶ ଯୋଗ ଦେଇ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ଲାଗି ଉପସ୍ଥିତ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି ବୈଠକ ରେ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ