ବିଜେଡି ର ମିଶ୍ରଣ ପର୍ବ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ବିଜେଡି ରେ ଯୋଗଦାନ କରିଛନ୍ତି କାଶୀନଗର ବ୍ଲକ୍ ର ବିଜେପି କର୍ମୀ । ପାରଳାଖେମୁଣ୍ଡି ସହରର ରାମନଗର ଠାରେ ଥିବା ହାଇଟେକ୍ ର ସମିଳନୀ କକ୍ଷ ଠାରେ ଆଜି ସକାଳ ସମୟରେ କାଶୀନଗର ବ୍ଲକ୍ ଖଣ୍ଡବା ପଞ୍ଚାୟତର ପୂର୍ବତନ ସରପଞ୍ଚ ରକମ୍ ସତୀଶ ଙ୍କ ସମେତ ବହୁ ବିଜେପି କର୍ମୀ ପ୍ରମୁଖ ମିଳିମିଶି ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ବା ବବି ଭାଇଙ୍କ ଉପସ୍ଥିତରେ ବିଜେପି ଦଳରେ ଥିବା କର୍ମୀମାନେ ବିଜେଡ଼ି ସୁପ୍ରିମୋ ନବୀନ ବାବୁଙ୍କ ନୀତିଆଦର୍ଶ କୁ ଅନୁପ୍ରାଣିତ ହୋଇ ଦଳକୁ ସୁଦୃଢ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ବିପୁଳ ଭାବରେ ବୀଜୟ କରିବେ ବୋଲି ସେମାନେ ଏକତ୍ରିତ ହୋଇ ଏହି ଦଳରେ ଯୋଗଦାନ କରିଥିବାର ଜଣାଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ସଂସଦ ଚନ୍ଦ୍ରଶେଖର ସାହୁ , ହାଇଟେକ୍କ ଅଧକ୍ଷ ତିରୁପତି ପାଣୀଗ୍ରାହୀ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ରାଜକୁମାରୀ କଲ୍ୟାଣୀ ଦେବୀ ଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ଏହି ପୂର୍ବତନ ସରପଞ୍ଚ ବିଜେପି ଦଳକୁ କେବଳ ୪୫ ଦିନ ରହି ପୁନର୍ବାର ଫେରି ଆସିଛନ୍ତି । କାରଣ ବିଜେପି ଦଳର କାର୍ଯ୍ୟକଳାପକୁ ସନ୍ତୁଷ୍ଟ ନହୋଇ ଫେରି ଆସିଥିଲେ ବଲି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ