ବିଜେଡି ର ସାଂଗଠନିକ ବୈଠକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀର ଚାରିଛକ ବ୍ରହ୍ମେଶ୍ୱର ମହାଦେବ ଙ୍କ ପୀଠରେ ଭୋଦର ପଞ୍ଚାୟତ ବିଜେଡି ପକ୍ଷରୁ ଏକ ସାଂଗଠନିକ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା ।ପଞ୍ଚାୟତ ବିଜେଡ଼ି ସଭାପତି ରମାରମଣ ଦେବପାତ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉକ୍ତ ବୈଠକ ରେ ୨୧ ନମ୍ବର ଜୋନ ପର୍ଯ୍ୟବେକ୍ଷକ ପ୍ରଭାତ କୁମାର ଦାଶ ,ପଞ୍ଚାୟତ ପର୍ଯ୍ୟବେକ୍ଷକ ବିଶ୍ଵନାଥ ତ୍ରିପାଠୀ ,ପ୍ରଶାନ୍ତ ବେହେରା, ସୁରେନ୍ଦ୍ର ନାୟକ, ଶବ୍ୟସାଚୀ ରାୟ ଚୁଡ଼ାମଣି ପ୍ରମୁଖ ଯୋଗ ଦେଇଥିଲେ।ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଯେପରି ଭୋଦର ପଞ୍ଚାୟତରେ ବିପୁଳ ପରିମାଣରେ ବିଜୟ ଲାଭ କରିବ ସେଥିପାଇଁ ସମସ୍ତେ ଚେଷ୍ଟା କରିବାକୁ ପର୍ଯ୍ୟବେକ୍ଷକ ମାନେ ଉପସ୍ଥିତ କର୍ମୀ ମାନଙ୍କୁ କହିଥିଲେ ।ଉକ୍ତ ବୈଠକରେ ୧୦୦ ରୁ ଉର୍ଦ୍ଧ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ