ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ଆଜି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କରଞ୍ଜିଆ ର ମିଳନ ପଡିଆ ଠାରେ ବିଜୁ ଜନତାଦଳ ପକ୍ଷରୁ ଏକ ସମାବେଶ ଆୟୋଜିତ ହୋଇ ଯାଇଛି । ସର୍ବପ୍ରଥମେ ମୁଖ୍ୟ ଅତିଥି କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଓ ଅନ୍ୟ ବିଶିଷ୍ଟ ଅତିଥି ଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ସହିତ ଭୂମିପୁତ୍ର କଳିଙ୍ଗ ବୀର ବିଜୁ ପଟ୍ଟନାୟକ ଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା । ବିଜେଡି କରଞ୍ଜିଆ ନଗର ସଂଯୋଜକ ଗଣେଶ ମିଶ୍ର ଙ୍କ ସଂଯୋଜନା ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ର ସଭାପତିତ୍ୱ ନଗର ବିଜେଡି ସଭାପତି ପଟେଲ ଦାସ କରିଥିବା ବେଳେ ମୁଖ୍ୟ ଅତିଥିରୂପେ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ସଂମ୍ମାନିତ ଅତିଥି ରୂପେ ବରିଷ୍ଠ ନେତା ସନ୍ତୋଷ ମହାନ୍ତି, ଗୌରୀଶଙ୍କର ଦାସ, ନୂତନଭାବେ ଦଳରେ ଯୋଗଦେଇଥିବା ବରିଷ୍ଠ ନେତା ବିଦେଶୀ ରାଜ, ଜିଲ୍ଲା ଛାତ୍ର ସଭାପତି ଅନିଶ ମାନ୍ନା, କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ଜିତେନ୍ଦ୍ର ରାଜ, ଆଡ଼ଭୋକେଟ ସୁବାଷ ମହାନ୍ତି, ବ୍ଲକ ବିଜେଡି ସଂଯୋଜକ ରୁଦ୍ର ବାରିକ, ଜିଲ୍ଲା ଯୁବସାଧାରଣ ସମ୍ପାଦକ ଚିକୁଭୁଜବଳ, ଏସ.କେ.ସୁଲେମାନ, ନଗର ଯୁବ ସଭାପତି ସତ୍ୟାନନ୍ଦ ଜେନା, ବ୍ଲକ ଯୁବ ସଭାପତି ବିକି ଅଲ୍ଲୀ, ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ଭାରତୀ ରାଜ, ଯୁବ ନେତା ମହେଶ୍ୱର ନାଏକ, ରୋହିତ ପୃଷ୍ଟି, ସୀତାଂଶୁ ମହାନ୍ତି, ବିଭୂକଲ୍ୟାଣ ମହାନ୍ତ, କୈବଲ୍ୟ ନାୟକ, ନମିତା ଘଣ୍ଟିଆଳି ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ନିଜ ବକ୍ତବ୍ୟ ରେ ବିଜୁବାବୁଙ୍କ ସାହସ ଓ ପରାକ୍ରମ ଓ ତାଙ୍କ ସୁପୁତ୍ର ଓଡ଼ିଶାର ସାଢେଚାରିକୋଟି ଓଡ଼ିଆ ଙ୍କ ପ୍ରିୟ ତଥା ଦେଶର ସର୍ବଶ୍ରେଷ୍ଟ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଓଡିଶା ବାସୀଙ୍କ ପ୍ରତି ତ୍ୟାଗ, ସମର୍ପଣ, ଭଲପାଇବା ଓଡିଶା ବାସୀଙ୍କ ପ୍ରତ୍ୟେକ ସମସ୍ୟା କୁ ଦୃଷ୍ଟିରେ ରଖି ଲାଗୁକରିଥିବା ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ଉପରେ ଆଲୋକପାତ କରାଯାଇଥିଲା ଏବଂ ଓଡିଶା ବାସୀଙ୍କ ଭଲପାଇବା ଆଗକୁ ମଧ୍ୟ ଏଭଳି ଜାରି ରହିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱ ରେ ଓଡିଶା କୁ ଆଗକୁ ଦେଶର ଶ୍ରେଷ୍ଠ ରାଜ୍ୟର ଶୀର୍ଷ ସ୍ଥାନରେ ପହଂଚିବାକୁ ସମୟ ଲାଗିବ ନାହିଁ ବୋଲି ବକ୍ତା ମାନେ ମତ ପୋଷଣ କରିଥିଲେ । ସଭାରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ କୁ ସିଧା ପ୍ରସାରଣ ମାଧ୍ୟମରେ ଉପସ୍ଥିତ ଲୋକ ଙ୍କୁ ଦେଖିବାର ବ୍ୟବସ୍ଥା କରାଯାଇଥିଲା । ସଭାଶେଷରେ ଜିଲ୍ଲା ଛାତ୍ର ସଭାପତି ଅନିଶ ମାନ୍ନା ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥିଲେ ।


