ବିଜେଡି ସମାରୋହ ସଭା ଅନୁଷ୍ଠିତ

ନିର୍ବାଚନ ଯେତେ ପାଖେଇ ଆସୁଛି,ନିର୍ବାଚନ ମଣ୍ଡଳୀ ରେ ମାହଲ ସେତେ ସରଗରମ ହେଉଛି। ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ଅନସଂକ୍ଷରିତ ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଦଳୀୟ ନେତା । ଆଜି ମୋରଡ଼ା ନିର୍ବାଚନ ମଣ୍ଡଳୀ ର ଚିତ୍ରଡା ଠାରେ ବିଜେପି ଛାଡି ବିଜେଡି ରେ ଯୋଗ ଦେଇଥିବା ରାଜକିଶୋର ଦାସ ବିଜେଡି ର ଏକ କର୍ମୀ ସମ୍ମିଳନୀରେ ଯୋଗଦେଇଛନ୍ତି। ରାଜକିଶୋର ଦାସ ବିଗତ ତିନି ଥର ବିଜେପି ରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ହାରିଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନ ରେ ନିଜ ପତିଆରା ଦେଖାଇ ବା ସହ ଜିଲ୍ଲାରେ ୫୬ ଟି ଜିଲ୍ଲା ପରିଷଦ ଆସନ ରୁ ୪୯ ଟି ରେ ବିଜେପି ପ୍ରାର୍ଥୀ ଜିତିଥିଲେ।ଆଜି ମୋରଡ଼ା ନିର୍ବାଚନ ମଣ୍ଡଳୀ ରେ ଏହି କର୍ମୀ ସମ୍ମିଳନୀରେ ମିଶ୍ରଣ ପର୍ବ ମଧ୍ୟ ଦେଖିବାକୁ ମିଳିଛି, ଆଜି ମୋରଡ଼ା ବ୍ଲକ ର ବିଜେପି ସମର୍ଥିତ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ ଙ୍କ ସହ ବହୁ ସରପଞ୍ଚ ବିଜେଡି ରେ ଯୋଗ ଦେଇଛନ୍ତି। ତେବେ ରାଜକିଶୋର ଦାସ ବିଜେପି ଛାଡି ବିଜେଡି ରୁ ପ୍ରାର୍ଥୀ ହେବା ପରେ ଏହା ତାଙ୍କର ପ୍ରଥମ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ। ରାଜକିଶୋର ନିଜ ନାମାଙ୍କନ ପତ୍ର ଆସନ୍ତା ୯ ତାରିଖ ରେ ଦାଖଲ କରିବେ । ଆସନ୍ତା ନିର୍ବାଚନ ରେ ଲୋକେ ତାଙ୍କୁ ବିଜେଡି ରୁ ଗ୍ରହଣ କରିବା ସହ ଜିତେଇ ବିଧାନସଭା କୁ ପଠାଇବେ ବୋଲି ଆଶା ରଖିଛନ୍ତି ରାଜକିଶୋର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ