ବିଜେଡି ସରକାର ପିସି ସରକାର
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ୫୦%ପିସି ସରକାର ରେ ପରିଣତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସମସ୍ତ ବ୍ଲକ କଂଗ୍ରେସ କମିଟି ଭଳି ବାଲେଶ୍ୱର ରେ ମଧ୍ୟ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦେଶ ରେ ଆଜି ୯ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ରାଜ୍ୟପାଳଙ୍କ ଉଦ୍ୟେସରେ ବିଡ଼ିଓ ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।ଏହି ଦାବି ଗୋଡିକ ହେଲା ୧- ସରକାରୀ କାର୍ଯ୍ୟାଳୟରେ ୧୫ ରୁ ୫୦% ପର୍ଯ୍ୟନ୍ତ ପିସି କାରବାର ବନ୍ଧ କର।
୨- ଏବେ ପ୍ରତେକ ପଂଚାୟତ କୁ ଦିଆ ଯାଉଥିବା ୫୦୦୦୦୦୦ ଟଙ୍କା ସିଧା ସଳଖ ଗ୍ରାମ ସଭା ମାଧ୍ୟମରେ ଗ୍ରାମପଞ୍ଚାୟତ କୁ ଦିଆ ଯାଉ।
୩-ଖାଲି ପଡିଥିବା ୨,୨୬,୫୫୯ ସରକାରୀ ପଦବୀ ତୁରନ୍ତ ପୁରଣ କରିବା ସହ,ଅସ୍ଥାୟୀ କର୍ମଚାରୀ ଙ୍କୁ ତୁରନ୍ତ ସ୍ଥାୟୀ କର।
୪-ପେଟ୍ରୋଲ,ଡିଜେଲ,ଗ୍ୟାସ,ତେଲ,ଲୁଣ,ଔଷଧ ଆଦି ନିତ୍ୟବ୍ୟଭାର ଜରୁରୀ ସାମଗ୍ରୀ ର ଦରବୃଦ୍ଧି ବନ୍ଧ କର।
୫-କୃଷିଜାତ ଦ୍ରବ୍ୟ ଅଭାବୀ ବିକ୍ରି,ଧନରେ କଟନି ଛଟିନ ବନ୍ଧ କରିବା ସହ ପ୍ରତ୍ୟେକ ବ୍ଲକ ରେ ଶୀତଳ ଭଣ୍ଡାର ଖୋଲିବାର ବ୍ୟବସ୍ଥା କର।
୬- ଲୋ ଭୋଲ୍ଟେଜ,ବିଲୁଳି କାଟ,ବିଜୁଳି ଦେୟ ବୃଦ୍ଧି ତଥା ଟାଟା କମ୍ପାନୀ ର ମାନମୁଖୀ ବ୍ୟବସ୍ଥା ବନ୍ଧ କର।
୭-ଅନୁସୂଚିତ ଜାତି,ଜନଜାତି,ପଛୁଆ ବର୍ଗ ଙ୍କ ପାଇଁ କଂଗ୍ରେସ କରିଥିବା ସୁବିଧା ସୁଯୋଗ କୁ ସଙ୍କୁଚିତ କରିବା ବନ୍ଧ କର।
୮-ନାରୀ ନିର୍ଯାତନା ବନ୍ଧ କର,ନାରୀ ସସସ୍ତିକରଣ ବ୍ୟବସ୍ଥା କର।
୯-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ଜନ ହିତକର ଯୋଜନ ଗୋଡିକର ପ୍ରିୟପ୍ରୀତି ପୋଷଣ ବନ୍ଧ କରି ପ୍ରକୃତ ହିତାଧିକାରୀ ଙ୍କୁ ସହାୟତା କର।
କିନ୍ତୁ ସରକାର ଲୋକ ମାନଙ୍କୁ ମିଛ ପ୍ରତିଶୃତି,ଛଳନା କଂଗ୍ରେସ କରିଥିବା ଜନହିତକର କାର୍ଯ୍ୟକୁ ନିଜ ନା ରେ ସଫଳତାର ବିଂଜ୍ଞାପନ ଦେଇ ଉଭୟ ରାଜ୍ୟ ବିଜେଡି ଓ କେନ୍ଦ୍ର ବିଜେପି ସରକାର ଓଡ଼ିଶାର ସାଧାରଣ ନିରୀହ ଲୋକ ମାନଙ୍କୁ ଠକୁଛନ୍ତି। ବହୁଜାଗାରେ ଦେଖାଯାଉଛି କି ଉଚ୍ଚପଦସ୍ତ ଅଧିକାରୀ ମାନେ ବିଜେଡି ର କାର୍ଯ୍ୟକାର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି ଯାହା ଅଣସାମ୍ବିଧାନିକ ଓ ଲଜ୍ୟାକର ଘଟଣା। ବ୍ଲକ,ଡି.ଆର.ଡି.ଏ,ପି.ଦବ୍ଲୁ.ଡ଼ି,ଆର.ଡି ଆଦି ସମସରକାରୀ କାର୍ଯ୍ୟାଳୟ ରେ ୫୦% ରୁ ଅଧିକ ପିସି କାରବାର ବେଧଡକ ଚାଲିଛି।।ଯେଉଁ ବାର୍ଦ୍ଧକ୍ୟ ଭତ୍ତା,ଇନ୍ଦିରା ଆବାସ ଆଦି ଯୋଜନା ଲୋକ ମାନଙ୍କ ବଞ୍ଚିବାରେ କିଞ୍ଚିତ ସହାୟତା ପ୍ରଦାନ କରିବା ପାଇଁ କଂଗ୍ରେସ ସରକାର ସମୟରେ ଯୋଜନା ଆଣିଥିଲେ ଏହିସବୁ ଯୋଜନାର ନାଁ ପରିବର୍ତ୍ତନ କରି ଦଳୀୟ ଢାଞ୍ଚାରେ ନିଜ ଦଳୀୟ ଲୋକ ଙ୍କୁ ଏହାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି,।ଦୁଃଖର ବିଷୟ ଜନ ରକ୍ଷାକାରୀ ଦୁଇଟି ସରକାରୀ ବିଭାଗ ଥାନା,ଡାକ୍ତରଖାନା ରେ ବ୍ୟାପକ ଆର୍ଥିକ ଦୁର୍ନୀତି ଚାଲିଛି ଏବେ ଓଡିଶା ସରକାର ରେ ଥିବା ବିଜେଡି ସରକାର ଯେଭଳି ଭାବେ “ନବୀନ ଓଡିଶା” ନାମରେ ଶବ୍ଦ ର ଚତୁରତା କରି ନିଜ ନାମ କୁ ପ୍ରଚାର କରି ନିଜର ନାଁ ର ପ୍ରଚାର କରିବା ପାଇଁ ଓ ଆଗକୁ ନିର୍ବାଚନ ଥିବାରୁ ନିଜ କର୍ମୀଙ୍କ ପକେଟ ଗରମ କରିବା ପାଇଁ ୫୦ ଲକ୍ଷ ଟଙ୍କା ବିନା ଗ୍ରାମସଭା ଓ ବିନା ଗ୍ରାମପଞ୍ଚାୟତ ର ହସ୍ତକ୍ଷପ ରେ ପ୍ରତ୍ୟେକ ପଞ୍ଚାୟତ କୁ ଦେବାପାଇଁ ଘୋଷଣା କରିଛନ୍ତି ତାହା ନବୀନ ସରକାର ର ନବୀନ ଓଡିଶା ଦୁର୍ନୀତି ସରକାର ଭାବେ ପ୍ରମାଣିତ କରୁଛି।କେନ୍ଦ୍ର ସରକାର ଙ୍କ ଭୁଲ ତଥା ଜନମାରଣା ନୀତି କାରଣରୁ ପେଟ୍ରୋଲ,ଡିଜେଲ,ଗ୍ୟାସ ତଥା ତେଲ ଠାରୁ ଲୁଣ ଯାଏଁ ସବୁ ଜିନିଷ ର ମୂଲ୍ୟ ବୃଦ୍ଧି ୧୦୦% ରୁ ଅଧିକା ବୃଦ୍ଧି ହୋଇ ଆକାଶ ଛୁଆଁ ହୋଇ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାର 4 କୋଟି ଲୋକ ତାଙ୍କ ପରିବାର ର ବୋଲି କହି ମୋଦି ସରକାର ର ସମସ୍ତ ନୀତିକୁ ସଂସଦ ବାହାରେ ଓ ସଂସଦ ଭିତରେ ସମର୍ଥନ କରିବା ହାସ୍ୟାସ୍ପଦ କଥା,ଏହାର ଜ୍ୱଳନ୍ତ ଉଦାହରଣ ମଣିପୁର ଯେଭଳି ଜଳୁଛି ମଣିପୁର ରେ ଯେଭଳି ଭାବେ ଆଦିବାସୀ ମହିଳା ମାନଙ୍କୁ ସହ ସହ ଲୋକଙ୍କ ଗହଣରେ ଉଲଗ୍ନ କରି ରାସ୍ତାରେ ନିଆଯାଇ ସାମୁହିକ ଦୁଷ୍କର୍ମ କରା ଯାଇଛି ଏହିସବୁ ବିଷୟକୁ ନେଇ ସଂସଦରେ ମୋଦି ସରକାର ବିରୁଦ୍ଦରେ ଯେଭଳି ଭାବେ ଅନାସ୍ଥା ପ୍ରସ୍ଥାବ ଅଣା ଗଲା ଓ ବିଜେଡି ଯେଭଳି ଭାବେ ଅନାସ୍ଥା ପ୍ରସ୍ତାବ ବିରୁଦ୍ଧରେ ମୋଦି ସରକାର ସପକ୍ଷରେ ରହିଲା।ଏଥିରୁ ଦୁଇଟି କଥା ପ୍ରମାଣିତ ହେଉଛି,୧,ବିଜେଡି କହୁଥିବା ମାଁ ଙ୍କୁ ସମ୍ମାନ କଥା ଧୂଆଁ ବାଣ, ଏଭଳି କହି କେବଳ ଭୋଟ ରାଜନୀତି କରିବା ଛଡା ଆଉ କିଛି ନୁହଁ।
୨,ବିଜେଡି ବିଜେପି ଗୋଟିଏ ଚିନ୍ତାଧାରାର ଦଳ ବୋଲି ସର୍ବସାଧାରଣ ରେ ପ୍ରମାଣିତ ହେଉଛି।ଏହିସବୁ ବିଷୟକୁ ନେଇ ଆଜି ସଦର ବ୍ଲକ କଂଗ୍ରେସ ତରଫରୁ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦେଶ ରେ ବାଲେଶ୍ୱର,ସଦର ବ୍ଲକ ଆଗରେ ଧାରଣା ପ୍ରତିବାଦ ସଭା କରାଯାଇ ଓଡ଼ିଶାର ମହାମହିମ ରାଜ୍ୟପାଳ ଙ୍କ ଉଦ୍ୟେସରେ ବିଡ଼ିଓ ଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ସଦର ବ୍ଲକ ସଭାପତି ଜୟକୃଷ୍ଣ ବେହେରା ଙ୍କ ନେତୃତ୍ୱ ରେ ଦିବା ୧୦:୩୦ ସମୟରେ ଫକୀରମୋହନ ଗୋଳେଇ ଠାରୁ ଏକ ବିଶାଳ ବିରୋଧ ସଭା ଯାତ୍ରା ବାହାରି ସଦର ବ୍ଲକ ସାମ୍ନାରେ ପହଞ୍ଚ ବିକ୍ଷୋବ କରାଯାଇ ବିଡ଼ିଓ ଙ୍କୁ ଦାବିପତ୍ର ଦିଆ ଯାଇଥିଲା।ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ କୁମାର ଗିରି,ପିସିସି ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ ଓ ଅର୍ଚ୍ଚନା ନନ୍ଦି,ଯୁବକଂଗ୍ରେସ ଛାତ୍ରାକଂଗ୍ରେସ ଜିଲ୍ଲା ସଭାପତି ଯଥାକ୍ରମେ ରଞ୍ଜନ ଦାସ, ଗୌତମ ସାହୁ,ଜିଲ୍ଲା କଂଗ୍ରେସ ଉପସଭାପତି ଗୋପୀନାଥ ପାଢ଼ୀ,ଯୁବ ନେତା ସରୋଜ ଲେଙ୍କା,ସଦରବ୍ଲକ ଯୁବ କଂଗ୍ରେସ ସଭାପତି ଜୀବନ ମହାପାତ୍ର,ଜିଲ୍ଲା କଂଗ୍ରେସ ଉପସଭାପତି କମରୁଲ ଅଲ୍ଲୀ ଖାଁ,ସମ୍ପାଦକ ମନରଞ୍ଜନ ନାୟକ,ଛାତ୍ର ନେତା ନବକିଶର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।