ବିଜେପିରେ ମିଶିଲେ ବହୁ ଅନ୍ୟ ଦଳର କର୍ମୀ ଓ ନେତା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବିଜେପି କାର୍ଯ୍ୟାଳୟ ଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଆଜି ବହୁ ଅନ୍ୟ ଦଳର ନେତା ଓ କର୍ମୀ ମାନେ ବିଜେପିରେ ଯୋଗ ଦେଇଛନ୍ତି । ପୁତି ଗୋପାଳପୁର ରେଡ୍ଡି ସଂଘର ସଭାପତି ଟି. ଗଣେଷ ରେଡ୍ଡି, ପି.ଦାସୁ, ଗୌରୀ ଶଙ୍କର ନାହାକ, ଏ. ରାଜେସ ରେଡ୍ଡି, ପି. ପାପା ରାଓ, ପି. କାନ୍ତା, ଟି. ଜଗଦୀଶ, ଏସ୍. ଗୋପୀ, ଟି. ଅନୀଲ କୁମାର, କେ. ସିମାଦ୍ରୀ, ଏନ୍. ଗିରିବାବୁ, ପି. ନାରସିମୁଲୁ, ସି. ଏଚ୍. ନାରାୟଣ ରେଡ୍ଡି, ଶମ୍ଭୁ ଶଙ୍କର ସାମନ୍ତରାୟ, ଏ. ନାରାୟଣ ରେଡ୍ଡି, ପି. ପାପେୟା ରେଡ୍ଡି, ଏନ୍. ଆଦିଙ୍କ ସମେତ ବହୁ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପିର ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ, ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ତଥା ମଣ୍ଡଳ ପ୍ରଭାରୀ ବସନ୍ତ କୁମାର ବେହେରା, ଛତ୍ରପୁର ମଣ୍ଡଳ ସାଧାରଣ ସମ୍ପାଦକ ଅମରେଶ ମହାରଣା, କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ମୁଦୁଲି, ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଛନ୍ତି ।