ବିଜେପିରେ ମିଶିଲେ ୫୦୦ରୁ ଉର୍ଦ୍ଧ୍ବ ଆଗ ଧାଡ଼ିର କର୍ମୀ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀର ୫୦୦ରୁ ଉର୍ଦ୍ଧ ବିଜେଡିର ଆଗ ଧାଡ଼ିର କର୍ମୀ ନଭେମ୍ବର ୨୪ ତାରିଖ ଦିନ ଦଳ ତ୍ୟାଗକରି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତରେ ବିଜେପିରେ ସାମିଲ ହୋଇଛନ୍ତି । ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ବ୍ଲକ ଅନ୍ତର୍ଗତ ଲାଗିଲି ଡେଙ୍ଗାପଦର ଗ୍ରାମ ମନ୍ଦିର ନିକଟରେ ଆୟୋଜିତ ଏକ ବିରାଟ ମିଶ୍ରଣ ପର୍ବରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦୃଢ଼ ସଙ୍ଗଠକ ପୂର୍ବତନ ସରପଞ୍ଚ ପ୍ରତିନିଧି କୃଷ୍ଣ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ ବିଜେଡି କର୍ମୀ ଦଳ ଛାଡ଼ି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି। ପଞ୍ଚାୟତର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ। ଏହାସହିତ ଆଗାମୀ ଦିନରେ ବିଜେଡି ଛାଡ଼ି ବହୁ ନେତା ବିଜେପିରେ ଯୋଗଦେବେ ବୋଲି ମଧ୍ୟ ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଥିଲେ । ଅଞ୍ଚଳର ଜନସାଧାରଣଙ୍କୁ ଆହୁରି ଅଧିକ ସେବା ଯୋଗାଇଦେବା ପାଇଁ ମୁଁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲି ବୋଲି ସରପଞ୍ଚ ପ୍ରତିନିଧି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ। ଏହି ସମୟରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ମଣ୍ଡଳ ସଭାପତି ମହେଶ୍ୱର ପରିଡ଼ା, ଆରତୀ ଦେବୀ, ଗଙ୍ଗାଧର ନାୟକ,ମନୋଜ କୁମାର ଖଟେଇ ଉପସ୍ଥିତ ଥିଲେ। ସରପଞ୍ଚ ପିତାମ୍ବର ବେହେରା, କୃଷ୍ଣ ପ୍ରିୟା ଗୌଡ଼, ନମିତା ସେଠୀ, ମମତା ଜେନା, ସନ୍ତୋଷୀ ଭୂୟାଁ, କୁନି ସ୍ବାଇଁ , ଲକ୍ଷ୍ମୀ ମଳିକ, ଧନୁର୍ଦ୍ଧର ବିଷୋୟୀ, ଅମର ନାହାକ ସମେତ ୫୦୦ ରୁ ଉର୍ଦ୍ଧ ବିଜେଡି କର୍ମୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ