ବିଜେପିରେ ଯୋଗ ଦେଲେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା

କୋରାପୁଟ,(ହେମନ୍ତ ପାଣିଗ୍ରାହୀ):କୋରାପୁଟ ଜିଲ୍ଲା ଜୟପୁର ରାଜନୀତି ରେ ଘଟିଯାଇଛି ବଡ ପରିବର୍ତ୍ତନ। ବିଜେଡି ଛାଡ଼ି ବିଜେପି ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଲେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ୧୪ ଜଣ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଶତାଧିକ ସମର୍ଥକ ମଧ୍ୟ ପଦ୍ମ ଧରିଥିବା ଜଣାଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କୋରାପୁଟ ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଲୋକକଳା ପରବ ମେଳା ରେ ଉଦଘାଟନ ଉତ୍ସବରେ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ କୋରାପୁଟ ଜିଲ୍ଲାର ବିଭିନ୍ନ କ୍ଷେତ୍ରର ବିକାଶ କରିବାକୁ ଉଦବୋଧନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ପରେ ଜୟପୂର ଠାରେ ଅନୁଷ୍ଠିତ ସଭାରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲାକୁ ରାଜ୍ୟ ର ୧ ନଂ ବିକଶିତ ଜିଲ୍ଲା କରିବାକୁ ଆହ୍ବାନ ଦେଇଛନ୍ତି। ୬ ମାସର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଓଡ଼ିଶାର ସମସ୍ତ ଜିଲ୍ଲାରୁ ବିଭିନ୍ନ ଦଳର ଆଗ ଧାଡିର ନେତା ଓ କର୍ମୀମାନେ ବିଜେପି ରେ ସାମିଲ ହେଉଛନ୍ତି। ଏହି ପରିବର୍ତ୍ତନ ଆସନ୍ତା ପଞ୍ଚାୟତ ସ୍ତରୀୟ ନିର୍ବାଚନ ରେ ବିଜେପିକୁ ବହୁତ ଫାଇଦା ମିଳିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ