ବିଜେପିର ଦୁଇଦିନିଆ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ସ୍ଥିତ ଯାତ୍ରୀ ନିବାସ ଠାରେ ଦୁଇଦିନିଆ ପୁରୀ ଜିଲ୍ଲା ସ୍ତରୀୟ ବିଜେପିର କାର୍ଯ୍ୟକାରୀଣ ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗଦେଇ ତୃଣମୂଳସ୍ତରରେ କର୍ମକର୍ତ୍ତା ଓ କର୍ମୀମାନେ ଏକଜୁଟ ହୋଇ କାର୍ଯ୍ୟ ସଂପାଦନ କରିବା ଦିଗରେ ସାମୁହିକ ପ୍ରଚେଷ୍ଟା ଦଳକୁ ମଜବୁତ କରି ଏକ ବିକଶିତ ରାଷ୍ଟ୍ର ଗଠନରେ ବ୍ରର୍ତୀ ହେବାକୁ ପରାମର୍ଶ ଦେଇଥିଲେ । ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ବ୍ରହ୍ମଗିରି ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପ୍ରାକ୍ତନ ବିଧାୟକ ବାଇଧର ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର, ଓମପ୍ରକାଶ ମିଶ୍ର, ପୁରୀ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସ୍ୱାଇଁ, ବରିଷ୍ଠ ବିଜେପି ନେତା ଦିଲ୍ଲୀପ ନାୟକ ଓ ଉମାକାନ୍ତ ନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକର୍ତ୍ତା ଓ ନେତୃତ୍ୱର ବିକାଶ, ଅନ୍ତର୍ଦୋୟ ପ୍ରଯତ୍ନରେ ଯୁଗାନ୍ତକାରୀ ୭ବର୍ଷର ମୋଦୀ ସରକାର ଏବଂ ମିଡିଆ ଓ ସୋସିଆଲ ମିଡିଆ ବ୍ୟବହାର ଏକ ଉପଯୋଗ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଉଦଯାପନୀ ପ୍ରଶିକ୍ଷଣ ଶିବିରକୁ ପୁରୀ ଜିଲ୍ଲା ବିଜେପି ଉପସଭାନେତ୍ରୀ ତପସ୍ଵିନୀ ବେହେରା, କୋଣାର୍କ ମଣ୍ଡଳ ପ୍ରାକ୍ତନ ସଭାପତି ସୁରେନ ପାଲ, ସୁକାନ୍ତ କୁମାର ନାୟକ, ନୃସିଂହ ଚରଣ ନାୟକ, ରଂଜିତ ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ