ବିଜେପିର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ସ୍ଥିତ ଯାତ୍ରୀ ନିବାସ ବାଙ୍କୁଏଟ ହଲ ଠାରେ ବିଜେପିର ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ପ୍ରଶିକ୍ଷଣ ଶିବିର ପୂର୍ବରୁ ଯାତ୍ରୀ ନିବାସ ପରିସରରେ ବିଜେପି ନେତା ମାନଙ୍କ ଦ୍ଵାରା ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା । ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ପ୍ରଶିକ୍ଷଣ ଶିବିର ସଂଯୋଜିକା ସୁରମା ପାଢୀ, ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଡଃ ବିଭୂପ୍ରସାଦ ତରାଇ, ବରିଷ୍ଠ ବିଜେପି ନେତା ଶଙ୍କର ପରିଡ଼ା, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, କାକଟପୁରର ପ୍ରାକ୍ତନ ବିଧାୟକ ରବି ମଲ୍ଲିକ, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର, ବରିଷ୍ଠ ବିଜେପି ନେତା କୃଷ୍ଣ ଚନ୍ଦ୍ର ଜଗଦ୍ଦେବ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର, ପ୍ରାକ୍ତନ ବିଧାୟକ ବାଇଧର ମଲ୍ଲିକ, ପୁରୀ ଜିଲ୍ଲା ବିଜେପି ଉପସଭାନେତ୍ରୀ ତପସ୍ଵିନୀ ବେହେରା ପ୍ରମୁଖ ଯୋଗ ଦେଇ ଦଳୀୟ ସଂଗଠନ କୁ ତୃଣମୂଳସ୍ତରରେ ମଜବୁତ କରିବା ପାଇଁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଜନ କଲ୍ୟାଣ ଯୋଜନାଗୁଡିକୁ ଜନସାଧାରଣଙ୍କ ନିକଟରେ ପ୍ରଚାର ପ୍ରସାର କରି ଏହାର ସୁଫଳ କିଭଳି ଲୋକ ମାନଙ୍କ ନିକଟରେ ପହଞ୍ଚିପାରିବ କର୍ମକର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶାସକ ଦଳର ମନରେଗା ଦୁର୍ନୀତି, ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନିୟମିତତା, ଫନି ସହାୟତାରେ ଗରିବ ଲୋକଙ୍କୁ ଉପେକ୍ଷା କରି କୋଠା ଘର ଲୋକଙ୍କୁ ଫନି ସହାୟତା ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ମାନଙ୍କୁ ନ୍ୟାୟ ଦେବାରେ ଅସମର୍ଥ ଅପାରଗ ସରକାରଙ୍କୁ ଆଗାମୀ ପୌର ଓ ପଂଚାୟତ ନିର୍ବାଚନରେ ଭୋଟର ଉଚିତ ଜବାବ ଦେବେ ବୋଲି ବିଜେପି ନେତୃତ୍ୱ ମାନେ ମତବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପୁରୀ ଜିଲ୍ଲାର ୧୧ଗୋଟି ବ୍ଲକ, ପୁରୀ ପୌର ପାଳିକା, ପିପିଲି, କୋଣାର୍କ ଏନଏସି ସମେତ ଜିଲ୍ଲା ଏବଂ ରାଜ୍ୟର ୨୦୦ରୁ ପଦାଧିକାରୀ ମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ବିଜେପି ମଣ୍ଡଳ ସଭାପତି ସୁକାନ୍ତ କୁମାର ନାୟକ, ପ୍ରାକ୍ତନ ସଭାପତି ସୁରେନ ପାଲ, ରଂଜିତ ରାଉତରାୟ, ଗୋପିନାଥ ସ୍ୱାଇଁ, ରାମଚନ୍ଦ୍ର ପଣ୍ଡା, ମଂଗରାଜ ମୁଦୁଲି ପ୍ରମୁଖ ପରିଚାଳନା କରିଥିଲେ ।