ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ବାରିକପୁର, (ୱାଇଏନଏନଏସ) ; ଭଣ୍ଡାରିପୋଖରୀ ବ୍ଲକ ବେଲଆଡିଆ ଠାରେ ମଣ୍ଡଳ ସଭାପତି ଗିରିଶ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପିର ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣୀ ଯୋଜନାର ବିଫଳତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପଙ୍କଜିନୀ ଲେଙ୍କା, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସରପଞ୍ଚ ଜଗବନ୍ଧୁ ଦାସ, କମଳ କୁମାର ନନ୍ଦ, ବରିଷ୍ଠ ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ଖିଲାର, ଚିନ୍ମୟ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାଛଡା ବିଜେପି କର୍ମୀ ଅନ୍ତର୍ଯ୍ୟାମୀ ସାହୁ, ସୁବାଶ ପାତ୍ର, ବଳରାମ ରାଉତ, ନିରୋଜ ଦ୍ୱିବେଦୀ, ଦିଗମ୍ବର ନାୟକ, ବାବାଜୀ ଓଝା, ତପନ ପାତ୍ର, ପର୍ଶୁରାମ ପରିଡା ପ୍ରମୁଖ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ