ବିଜେପିର ମିଶ୍ରଣ ପର୍ବ ଓ ନିର୍ବାଚନୀ ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ମଠ ପ୍ରାଙ୍ଗଣରେ ରାଜ୍ୟ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ସାଙ୍ଗଠନିକ ମହାମନ୍ତ୍ରୀ ପଞ୍ଚାନନ ରାଉତଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଓ ନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ୱାର୍ଡରୁ ଶତାଧିକ ଲୋକ କଂଗ୍ରେସ ଓ ବିଜେଡି ଦଳ ପରିତ୍ୟାଗ କରି ମୋଦୀଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ଯୋଗଦାନ କରିଥିଲେ । ବୈଠକରେ ସଭାପତି ନିରଞ୍ଜନ ପତି, ରୀତାରାଣୀ ବେହେରା, ହୃଦାନନ୍ଦ ଘଡେଇ, ସତ୍ୟ ବାରିକ, ମଲ୍ଲି ବାରିକ, କାର୍ତ୍ତିକ ଜେନା, ଲକ୍ଷ୍ମୀଧର ପାଗଳ, ଶିଶିର ମହାପାତ୍ର, ମାନସ ନନ୍ଦ, ଅଞ୍ଜନା ବେହେରାଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ