ବିଜେପିର ମିଶ୍ରଣ ପର୍ବ

ନିମାପଡା (ଯୁଗାଦ୍ଧ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ସ୍ୱଚ୍ଛ ଶାସନ ଓ ବଳିଷ୍ଠ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଶନିବାର ଅପରାହ୍ନରେ ବିଜେପି କାର୍ଯ୍ୟାଳୟଠାରେ ନିମାପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ଶତାଧିକ ବିଜେଡି ସମର୍ଥୀତ କର୍ମୀ ଦଳଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଗୋପ ଓ ଏରବଙ୍ଗ ମଣ୍ଡଳ ସଭାପତି ସୁଶାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଏରବଙ୍ଗ ପଞ୍ଚାୟତର ପ୍ରଶାନ୍ତ ବାଘ, ଲକ୍ଷ୍ମଣ ଆଳୁ, ସମ୍ପଦ ଖଟୁଆ, ଅଜୟ ପାଢୀ, ସୁଭ୍ରାଂଶୁ ରଥ, ରୁଦ୍ରାନାରାୟଣ ରଥ, ଗୋପିନାଥପୁର ପଞ୍ଚାୟତର ନଇନ୍ ମହମ୍ମଦ ୱାର୍ଡ ସଭ୍ୟ, ପଞ୍ଚୁ ସାହୁ, ଗୋପ ପଞ୍ଚାୟତର ନାରାୟଣ ସେନାପତି, ସତ୍ୟରଞ୍ଜନ ବେହେରା, ସ୍ମୃତି ରଞ୍ଜନ ସେନାପତି, ଦେବାଶିଷ ପରମାଣିକ, ନକୁଳ ଭୋଇ, ଟୁଆଁପଡା ପଞ୍ଚାୟତର ଜମ୍ବେଶ୍ୱର ସେନାପତି, କୈଳାସ ମୁରୁଡି, ପ୍ରଭାକର ସାହୁଙ୍କ ସମେତ ଶତାଧିକ ବିଜେଡି ସମର୍ଥକ ବିଜେପିରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ବେଣୁଧର ସେଠୀ, ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତ ଥିଲେ । ନବାଗତ କର୍ମୀଙ୍କୁ ଦଳ ପକ୍ଷରୁ ଉତ୍ତରୀୟ ଓ ଟୋପି ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ଆସନ୍ତା ୯ତାରିଖରେ ଦଳପକ୍ଷରୁ ଏକ ଆଶୀର୍ବାଦ ଶୋଭାଯାତ୍ରା ଜୟଶ୍ରୀ ଛକରୁ ବାହାରି ପ୍ରାର୍ôଥପତ୍ର ଦାଖଲ ନିମନ୍ତେ ପୁରୀରେ ପହଞ୍ôଚବେ । ପରେ ୫ଦିନ ବ୍ୟାପୀ ବିଭିନ୍ନ ମଣ୍ଡଳରେ ଆଶୀର୍ବାଦ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ