ବିଜେପିର ୩୯ତମ ପ୍ରତିଷ୍ଠା ଦିବସ

ବୋଲଗଡ଼(ଯୁଗାଦ୍ଧ ନ୍ୟୁଜ): ବୋଲଗଡ ବ୍ଲକ ଧଳାପଥର ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ୩୯ତମ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଜେପିର ପ୍ରତିଷ୍ଠା ଦିବସକୁ ନେଇ କର୍ମୀଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି । ଏହି କାର୍ଯ୍ୟକ୍ରମରେ ଧଳାପଥର ପଞ୍ଚାୟତ ଦଳୀୟ ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ରାଉତ ଯୋଗଦେଇ ବିଜେପି ଦଳର ବିଧାୟକ ଓ ସଂସଦ ପ୍ରାର୍ଥିଙ୍କୁ ବହୁମାତ୍ରାରେ ଭୋଟଦେଇ ବିଜୟୀ କରିବାପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ରମେଶ ପ୍ରଧାନ, ମାଧବଚନ୍ଦ୍ର ଦାଶ, ସରୋଜ ମିଶ୍ର, ଜିତେନ୍ଦ୍ର ସାହୁ ପ୍ରମୁଖ ବିଜେପିର ଇତିହାସ ଓ ଚଳିତ ନିର୍ବାଚନରେ ଦଳର ଭୂମିିକା ଉପରେ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ