ବିଜେପି ଓ ଆରଏସ୍‌ଏସ୍ ମହିଳା ମାନଙ୍କର ଅଧିକାର ଓ ସମାନତା ଚାହାଁନ୍ତି ନାହିଁ (ଏପୁୱା)

ଭୁବନେଶ୍ୱର: ଅଖିଳ ଭାରତ ପ୍ରଗତିଶୀଳ ମହିଳା ସମିତି (ଏଆଇପିଡବ୍ଲୁଏ) ତରଫରୁ ୧୫ ଓ ୧୬ ଦୁଇଦିନ ଧରି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅଶୋକ ନଗରସ୍ଥିତ ନାଗଭୂଷଣ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକାରିଣୀ ବୈଠକରେ ଆସନ୍ତା ଫେବୃୟାରୀ ୮-୯, ୨୦୧୦ ରାଜସ୍ଥାନ ଉଦୟପୁରରେ ହେବାକୁ ଥିବା ଅଖିଳ ଭାରତ ପ୍ରଗତିଶୀଳ ମହିଳା ସମିତିର ଜାତୀୟ ସମ୍ମିଳନୀ ଲାଗି ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯିବା ସହିତ ଦେଶରେ ବିଭିନ୍ନ ସ୍ତରରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର, କାଶ୍ମୀର ପ୍ରସଙ୍ଗ, ଜନସଂଖ୍ୟା ନିୟନ୍ତ୍ରଣ ନାମରେ ଗରୀବ ଓ ସଂଖ୍ୟାଲଘୁମାନଙ୍କୁ ଲକ୍ଷ୍ୟରେ ରଖି କିପରି ଆରଏସ୍‌,ସ୍ ଓ ବିଜେପି ୟୁନିଭରସାଲ ସିଭିଲ୍ କୋଡ୍ ଆଣିବାକୁ ଚେଷ୍ଟା କରୁଛନ୍ତି, ସେଥିପ୍ରତି ଆପୁୱା ଉଦ୍‌ବେଗ ପ୍ରକାଶ କରିଛି । ଆପୁୱା ମତପୋଷଣ କରିଛି ଯେ ବିଜେପି ଓ ଆରଏସ୍‌ଏସ୍ ମହିଳା ମାନଙ୍କର ଅଧିକାର ଓ ସମାନତା ପ୍ରତି କୌ÷ଣସି ପ୍ରକାର ସମ୍ବେଦନଶୀଳତା ନାହିଁ ଓ ୟୁନିଫର୍ମ ସିଭିଲ୍ କୋଡ୍ ନାମରେ ସମସ୍ତଙ୍କ ଉପରେ ବ୍ରାହ୍ମଣବାଦୀ ପିତୃସତ୍ତାକୁ ସମସ୍ତଙ୍କ ଉପରେ ଲଦି ଦେବାକୁ ଚାହୁଁଛନ୍ତି ଓ ଦେଶର ମୁସଲମାନ ମାନଙ୍କୁ ଏକ ହୀନ ଚକ୍ଷୁରେ ଦେଖୁଛନ୍ତି । ୨୦୧୫ ମସିହାରେ ସରକାରଙ୍କୁ ଦିଆଯାଇଥିବା ମହିଳା ମାନଙ୍କ ଲାଗି ଉଦ୍ଦିଷ୍ଟ ଏକ କମିଟିର ସୁପାରିଶ ଅନୁସାରେ ମହିଳାମାନଙ୍କ ଲାଗି ଏକ ପ୍ରଗତିଶୀଳ ଆଇନ୍ ଆଣିବାରେ ମହିଳା ସମିତି ବିଶ୍ୱାସ କରେ ।ଏନ୍‌ଆରସିକୁ ମହିଳା ସମିତି ବିରୋଧ କରେ ଓ କାଶ୍ମୀର ମହିଳାମାନଙ୍କୁ ଆନ୍ଦୋଳନକୁ ସହଯୋଗ କରିବା ସହିତ ସମ୍ପ୍ରତି କାଶ୍ମୀରବାସୀଙ୍କ ଆନ୍ଦୋଳନକୁ ସମର୍ଥନ କରେ । ମୋଦି ସରକାର ଲୋକ ସଂଖ୍ୟା ନିୟନ୍ତ୍ରଣ ହେଉଛି, ଗରୀବ ମହିଳା ଓ ଜାତି ବିରୋଧୀ, ଲୋକ ସଂଖ୍ୟା ନିୟନ୍ତ୍ରଣକୁ ମୋଦି ସରକାର ଭାବୁଛନ୍ତି ପିଲାମାନେ ଓ ଗରୀବ ପରିବାର ଦେଶର ବୋଝ । ସେମାନଙ୍କୁ ଶିକ୍ଷା, ଖାଦ୍ୟ ଓ ଆଶ୍ରୟ ଦେଇହେବ ନାହିଁ । କିନ୍ତୁ ଦେଶରେ ମୁକେଶ ଅମ୍ବାନୀର ପୁଅମାନେ ବିବାହ ଓ ଆଳସ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସେମାନେ ଦେଶର ବୋଝ ବୋଲି ଆମେ ଭାବୁଛୁ । ସ୍ୱାଧୀନତା ଦିବସରେ ମୋଦିଙ୍କର ଭାଷଣରେ ଦେଶର ସଚେତନଶୀଳ ବାପ ମା’ମାନେ ପିଲା ଜନ୍ମ ନିୟନ୍ତ୍ରଣ ତାଙ୍କର ଆୟ ଅନୁସାରେ କରନ୍ତୁ । ଏହା କହିବା ଅତି ହାସ୍ୟାସ୍ପଦ । ମୋଦି ଗରୀବ ଲୋକଙ୍କୁ ଦୋଷୀ ବୋଲି ଭାବୁଛନ୍ତି । ଗରୀବ ଲୋକ ଖାଦ୍ୟ, ବାସଗୃହ, ଶିକ୍ଷା ପାଇବା ଲାଗି ଭାରତରେ ଅନେକ ସମ୍ପଦ ଅଛି । ମୋଦି ସରକାର କର୍ପୋରେଟ ମାନଙ୍କୁ ଋଣ ଛାଡ଼ କରି କୋଟି କୋଟି ଟଙ୍କା ଟିକସ କମାଇବା ବନ୍ଦ କରନ୍ତୁ ଓ ଦେଶର ଗରିବ ଲୋକଙ୍କୁ ଖାଦ୍ୟ, ବାସସ୍ଥାନ ଓ ଶିକ୍ଷା ପ୍ରଦାନ କରନ୍ତୁ ।
ଆପୁୱାର ସଭାନେତ୍ରୀ ରତି ରାଓ ଭାରତର ଲୋକସଂଖ୍ୟା ନୀତିକୁ ସମାଲୋଚନା କରି କହିଛନ୍ତି ଏହା ସମ୍ପୂର୍ଣ୍ଣ ବିଫଳ ହୋଇଛି ଓ ମିଛ ପ୍ରଚାର କରାଯାଇଛି । ବିଲ୍ ଗେଟ୍‌ସ ଫାଉଣ୍ଡେସନ ଓ ଡ଼ିଏଫ୍‌ଡ଼ିରୁ କୋଟି କୋଟି ଟଙ୍କା ଆଣି ଏହି ନୀତିକୁ ତିଆରି କରାଯାଉଛି । ମାତ୍ର କୌଣସି ସୁଫଳ ମିଳୁନି । ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ ପ୍ରଗତିଶୀଳ ମହିଳା ସମିତିିର ଜାତୀୟ ସମ୍ପାଦିକା ମୀନା ତିୱାରୀ, ସଭାନେତ୍ରୀ ରତି ରାଓ ଉପସ୍ଥିତ ଥିଲେ । ଓଡ଼ିଶା ରାଜ୍ୟର ମନ୍ଦାକିନୀ ସେଠୀ, ଜ୍ୟୋତ୍ସ୍ନା ମିଶ୍ର, ସରସ୍ୱତୀ ସ୍ୱାଇଁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ