ଓୟୁଡବ୍ଲୁଜେ ପକ୍ଷରୁ ୫୪ତମ ଜାତୀୟ ଗଣମାଧ୍ୟମ ଦିବସ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ ଭବନଠାରେ ୫୪ତମ ଜାତୀୟ ଗଣମାଧ୍ୟମ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି, ବରିଷ୍ଠ ପ୍ରଶାସକ ନିରଞ୍ଜନ ସାହୁ, ଅଧିବକ୍ତା ବିଭୂପ୍ରସାଦ ତ୍ରିପାଠୀ, ଜଗତସିଂହପୁର ବିଧାୟକ ବିଷ୍ଣୁ ଦାସ, ସଂଘର ସଭାପତି ସୁଜ୍ଞାନ ଚୌଧୁରୀ ଓ ସାମ୍ବାଦିକ ପବିତ୍ର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମ ନିରପେକ୍ଷ ହେବା ସହିତ ରାଷ୍ଟ୍ରର ପ୍ରଗତିରେ ସହ ଭାଗିଦାରୀ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ବର୍ତ୍ତମାନ ଗଣମାଧ୍ୟମ ବହୁ କଣ୍ଟକିତ ପଥ ଦେଇ ଗତି କରୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କୁ ଆକ୍ରମଣ ହେବା ବହୁ ଦୁଃଖର ବିଷୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସବୁ ସାମ୍ବାଦିକ ଏକତ୍ରିତ ହୋଇ ସାମ୍ବାଦିକ ସୁରକ୍ଷା ଆଇନ୍ ତଥା ସାମ୍ବାଦିକମାନଙ୍କ ଉପରେ ହେଉଥିବା କ୍ରମାଗତ ଆକ୍ରମଣ ବିରୋଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଉପସ୍ଥିତ ସାମ୍ବାଦିକମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଓ ଭୁବନେଶ୍ୱରରୁ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କୁ ଓଡ଼ିଆ ଭାଷା, କଳା, ସଂସ୍କୃତି, ପୂଜ୍ୟପୂଜା ପାଇଁ ଏବଂ ସାରଦା ପ୍ରସାଦ ମହାପାତ୍ର, ଲଳିତ ପ୍ରଧାନ ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ସରକାର ସାମ୍ବାଦିକମାନଙ୍କୁ ଚିହ୍ନଟ କରି ସୁରକ୍ଷା ଆଇନ୍ ଆଣନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସାମ୍ବାଦିକ ବ୍ରଜବନ୍ଧୁ ପରିଡ଼ା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ