ବିଜେପି ଓ କଂଗ୍ରସ ଦଳର ବହୁ ପଦାଧିକାରୀ ଓ କର୍ମୀ ମାନେ ବିଜେଡିରେ ସାମିଲ
ଛତ୍ରପୁର, (ଦେବଦତ୍ତ ମହାରଣା) :ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଗୁଲ୍ ବାଜିଛି । ଅନ୍ୟପକ୍ଷରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରସ ଦଳର ବହୁ ପଦାଧିକାରୀ ଓ କର୍ମୀ ମାନେ ବିଜେଡି ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବହୁ ସରପଞ୍ଚ, ୱାର୍ଡ ମେମ୍ବର , ବ୍ଲକ ସଭାପତି ଓ ଜିଲ୍ଲାପରିଷଦ ପ୍ରାର୍ଥୀ ସାମିଲ ଅଛନ୍ତି । ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ସମସ୍ତ ବିଜେପି ଓ କଂଗ୍ରେସ ନେତୃବୃନ୍ଦଙ୍କୁ ଦଳରେ ସାମିଲ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟକୁ ଆଗେଇନେବାକୁ ତଥା ଦଳୀୟ ସଂଗଠନ କୁ ମଜବୁତ୍ କରିବା ନିମନ୍ତେ ସାଗଠନିକ ସମ୍ପାଦକ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ବିଜେପି ଛତ୍ରପୁର ମଣ୍ଡଳର ପୂର୍ବତନ ସଭାପତି ତଥା ଆଇନଜିବୀ ବ୍ରଜ ମୋହନ ଆଚାର୍ଯ୍ୟ, ପୂର୍ବତନ ବିଜେପି ଗଂଜାମ ଜିଲ୍ଲା ସମ୍ପାଦକ ପି.ଧର୍ମା ରେଡ୍ଡୀ, ପୂର୍ବତନ ବିଜେପି କଣମଣା ମଣ୍ଡଳ ସଭାପତି ବାଦଲ କୁମାର ବେହେରା, ପୂର୍ବତନ ସରପଞ୍ଚ ବିଜୟଲକ୍ଷ୍ମୀ ବେହେରା ଓ ଟି.ବାବୁ ରାଓ, ଛତ୍ରପୁର ବ୍ଲକର ପୂର୍ବତନ କଂଗ୍ରେସ ସଭାପତି ଆର.ନରହରି ରେଡ୍ଡୀ, ୧୯ ନଂ ଜୋନର ପୂର୍ବତନ ଜିଲ୍ଲାପରିଷଦ ପ୍ରାର୍ଥୀନୀ ଆର. ନମିତା ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ରାମାରାଓ ରେଡ୍ଡୀ, ବି.ସନ୍ତୋଷ ରେଡ୍ଡୀ, ଏସ.ଭାଷ୍କର, ଆର ହରିବନ୍ଧୁ , ପ୍ରଫୁଲ କୁମାର ସାବତ ଓ ଡି.ବାସୁଦେବ ରେଡ୍ଡୀଙ୍କ ସମେତ ବହୁ ବିଜେପି ଓ କଂଗ୍ରସ ନେତା ଓ କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏହି ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ଆହୁରୀ ସୁଦୃଢ ହେବା ସହ ପଞ୍ଚାୟତ ନିର୍ବାଚନରେ ଦଳ ଉତ୍ତମ ପ୍ରଦର୍ଶନ କରିବ ବୋଲି ଏହି ନେତୃମଣ୍ଡଳୀ ମାନେ କହିଛନ୍ତି ।


