ବିଜେପି ଘୋଷଣା କଲା ଷ୍ଟାର ପ୍ରଚାରକଙ୍କ ତାଲିକା
ନୂଆଦିଲ୍ଲୀ- ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ଷ୍ଟାର ପ୍ରଚାରକଙ୍କ ଲିଷ୍ଟ ଜାରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବିଜେପିର ୪୦ ନେତା ଏହି ଲିଷ୍ଟରେ ସାମିଲ ଅଛନ୍ତି । ଷ୍ଟାର ପ୍ରଚାରକଙ୍କ ଲିଷ୍ଟରେ ବଲିଉଡ ଅଭିନେତା ସନୀ ଦେଓଲଙ୍କ ନାଁ ସାମିଲ ରହିଛି । ତାଙ୍କ ସହ ଭୋଜପୁରୀ ଫିଲ୍ମର ହିରୋ ଦିନେଶ ଲାଲ ଯାଦବ ନିରହୁଆ ମଧ୍ୟ ବିଜେପି ପାଇଁ ଭୋଟ ମାଗିବେ । ସୂଚନାଥାଉକି ଫେବ୍ରୁୟାରୀ ରେ ୮ଦିଲ୍ଲୀରେ ୭୦ ଆସନ ପାଇଁ ମତଦାନ ହେବ । ଫେବ୍ରୁୟାରୀ ୧୧ ତାରିଖରେ ଭୋଟ ଗ୍ରହଣ କରାଯିବ ଏବଂ ଫଳାଫଳ ଘୋଷଣା କରାଯିବ ।


