ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା କ୍ଷମତା : ସମ୍ବିଧାନରେ ସଂଶୋଧନ କରିବାକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କ୍ଷେତ୍ରରେ ବାଚସ୍ପତିଙ୍କ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ବାଚସ୍ପତି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ କି ନାହିଁ, ସେ ପ୍ରସଙ୍ଗରେ ସଂସଦ ପୁନର୍ବିଚାର କରୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବାଚସ୍ପତି ଏକ ନିର୍ଦ୍ଦିଷ୍ଟ ଦଳର ସଦସ୍ୟ ହୋଇଥିବାରୁ ତାଙ୍କଠାରୁ ଏହି କ୍ଷମତା ପ୍ରତ୍ୟାହାର ଲାଗି ସମ୍ବିଧାନରେ ସଂଶୋଧନ କରାଯିବା ଉଚିତ । ଏ ସମ୍ପର୍କରେ ସଂସଦ ବିଚାର କରୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି । ବାଚସ୍ପତିଙ୍କ ଏଭଳି କ୍ଷମତାକୁ ନେଇ ଗତ ତିନି ମାସ ମଧ୍ୟରେ ସୁପ୍ରିମକୋର୍ଟ ଦ୍ୱିତୀୟ ଥର ଏଭଳି ପ୍ରଶ୍ନ ଉଠାଇଲେଣି । ଗତ ନଭେମ୍ବର ମାସରେ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ସମ୍ପର୍କରେ ମାମଲାର ଶୁଣାଣି ବେଳେ ମଧ୍ୟ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ