ବିଜେପି ଚନ୍ଦ୍ରଗିରି ମଣ୍ଡଳ ଯୁବମୋର୍ଚ୍ଚା ସମ୍ପାଦକ ଅଭିମନ୍ୟୁ
ମୋହନା, (ଅଂଶୁମାନ ପଣ୍ଡା) :ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ବିଜେପି ଏବେ ତାର ରଣ ନୀତି ଆରମ୍ଭ କରିଛି । ବିଜେପି ପକ୍ଷରୁ ଏବେ ନୁତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଢେପାଗୁଡ଼ା ପଞ୍ଚାୟତର ଜଣାଶୁଣା ବିଜେପି ଯୁବ ନେତା ଅଭିମନ୍ୟୁ ଦଳାଇଙ୍କୁ ମଣ୍ଡଳ ସଭାପତି ରଜନୀ ପ୍ରଧାନଙ୍କ ସୁପାରିଶ କ୍ରମେ ଜିଲ୍ଲା ପ୍ରଭାରୀ ସରୋଜ ସାବତ ଚନ୍ଦ୍ରଗିରି ମଣ୍ଡଳର ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ ଅଭିମନ୍ୟୁଙ୍କ ନାମ ଘୋଷଣା କରିଛନ୍ତି । ଦଳ ପକ୍ଷରୁ ତାଙ୍କୁ ସମ୍ମାନିତ କରି ଉତ୍ସାହିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କମିଟି ସଦସ୍ୟ ବାପୁନି ସୁଆର, ଶିଵ ମୋହାଙ୍କୁଡ଼, ସତ୍ୟ ଦଣ୍ଡସେନା, ଦିବାକର ପ୍ରଧାନ, କାମଦେବ ବଡ଼ନାୟକ, ସୁଧୀର ପାଇକ, ପ୍ରଭାତ ପାତ୍ର, ମନୋଜ ସାହୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।


